ପରିବେଶ ସୁରକ୍ଷା ପାଇଁ ନାମକୁ ମାତ୍ର ପଲିଥିନ କଟକଣା- ଏବେ ସବୁଠି ମାଳ ମାଳ ପଲିଥିନ୍‌

Published By : Prameya-News7 Bureau | September 24, 2019 IST

ଭୁବନେଶ୍ୱର - ନାମକୁ ମାତ୍ର ପଲିଥିନ କଟକଣା। ବଜାର , ହାଟ , ରେଷ୍ଟୁରାଣ୍ଟ ଠାରୁ  ସପିଙ୍ଗ ମଲ । ସବୁଠି   ଖୁଲମା ଖୁଲା   ପଲିଥିନ ବ୍ୟବହାର କରାଯାଉଛି। ଅକଟୋବର ୨ରୁ ପଲିଥିନ ବ୍ୟବହାର ନେଇ କଟକଣା  କରାଯିବାକୁ ସରକାରୀ  ନିଷ୍ପତ୍ତ ପରେ ଆକସନ ମୁଡକୁ ଆସିବ ବିଏମସି।  ରାଜଧାନୀରେ ପଲିଥିନ  ଖୁଚରୁ ବ୍ୟବହାରୀଙ୍କୁ ନୁହେଁ ହୋଲସେଲ ଗୋଦାମ ଓ ମହଜୁଦକାରୀଙ୍କ ଉପରେ ଚଡାଉ କରିବାକୁ  ପଲିଥିନ ଚେକିଙ୍ଗ ସ୍କାର୍ଡକୁ ଅଧିକ ସୁଦୃଢ କରିବ ବିଏମସି।

ପଲିଥିନ ମହଜୁଦ କାରୀଙ୍କ ଉପରେ  ଚଢାଉ କରିବ ବିଏମସି।  ଖୁଚରା ଦୋକାନୀ ମାନଙ୍କୁ ପଲିଥିନ ଯୋଗାଉଥିବା​‌  ପଲିଥିନି  ହୋଲସେଲର ହୁସିଆର।। ପଲିଥିନ୍ ଷ୍ଟକିଷ୍ଟ, ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ , ବିଭିନ୍ନ୍ ମା​‌ର୍କେଟ ଉପରେ  ଚଢାଉ ଜୋରଦାର କରାଯିବ। ବର୍ତ୍ତମାନା ସୁଦ୍ଧା  ବିଏମସି ପକ୍ଷରୁ ଭୁବନେଶ୍ୱରରେ   ବ୍ୟବସାୟୀଙ୍କଠାରୁ ୯ ଲକ୍ଷ ଟଙ୍କାର  ଫାଇନ ଆଦାୟ କରିଯାଇ ସାରିଲାଣି।  ଏହା ସହ  ୬୭୦ ବ୍ୟବସାୟୀଙ୍କୁ  ନୋଟିସ ଜାରି କରିଛି ବିଏମସି ।ସରକାରୀ କଟକଣାର କାର୍ଯ୍ୟକାରିତା ନେଇ ବିଭିନ୍ନ ଆଡ଼ୁ ପ୍ରଶ୍ନ ଉଠିବା ପରେ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଏଥିସହ ବିଏମ୍‌ସ ବି ଚେଇଁ ଉଠିଛି। ବିଏମ୍‌ସି ସ୍କାଡ୍‌ଗୁଡ଼ିକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ପଲିଥିନ୍‌/ପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକୁ ଜବତ କରିବାକୁ  ଅଧିକ ସ୍କାର୍ଡ ଗଠନ କରାଯିବ।।ଖାଦ୍ୟ ବ୍ୟବସାୟୀ  ମିଠା, ସ୍ନାକ୍ସ, ଫାଷ୍ଟଫୁଡ୍‌, ଆଇସ୍‌କ୍ରିମ୍‌, ଆଖୁ, ଜୁସ୍‌, ପରିବା, ମାଂସ ‌ଦୋକାନୀଙ୍କୁ ଠାରୁ ବେଆଇନ ପଲିଥିନ ଜବତ କରାଯାଇ ଫାଇନ କରାଯିବ।

ସେପଟେ ପଲିଥିନା ବହୁଳ ବ୍ୟବହାର  ଯୋଗୁ ରାଜ୍ୟରେ ପ୍ରଦୁଷଣ ର ମାତ୍ରା ବଢୁଛି। କମ ମାଇକ୍ରମନ ଯୁକ୍ତ ପଳିଥିନ ଯୋଗୁଁ ରୋଗ ପ୍ରତିରୋଧିକ କାରୀ ଶକ୍ତି କମିବା ସହ ବିଭିନ୍ନରୋଗର କାରଣ ପାଲଟିଛି। ପ୍ଲା​ଷ୍ଟିକ ଗ୍ଲାସ, ଜରିର ସିଙ୍ଗଲୟୁଜ ପଲିଥିନ ବ୍ୟବହାରରେ କଟକଣା କରାଯାଇଛି। ହେଲେ  ଲୋକ ଅଧିକ ସଚେତନ ହେବାର ଆବଶ୍ୟକତା  ରହିବାକୁ ପରାମର୍ଶ ଦେଇଛନ୍ତି ପରିବେଶ ବିତ।ସେପଟେ ଚଳିତ ବଷୟ ଦୁର୍ଗା ପୁଜା​‌ରେ​ ସମସ୍ତ ପୁଜା ମଣ୍ଡପ କୁ ପଲିଥିନ ମୁକ୍ତ  କରିବାକୁ   ଯୋଜନା କରିଛି  ସହିଦ ନଗର ଦୁର୍ଗାପୁଜା ଚାରିଟେବୂଲ  ଟ୍ରଷ୍ଟ। ପୁଜା ମଣ୍ଡପ ଗୁଡିକରେ କୌଣସି ପ୍ଲାଷ୍ଟିକ  ଜିନି​‌ଷ ବ୍ୟବହାର ନ କରିବାକୁ  କଟକ ଓ ଭୁବନେଶ୍ୱରରେ  ପ୍ଳାଷ୍ଟିକ ମୁକ୍ତ ପୁଜା ପାଇଁ ଲୋକଙ୍କ ଆହ୍ବାନ ଦିଆଯାଇଥିବା କହିଛନ୍ତି।

-ତେବେ ଅକ୍ଟୋବର ୨ରୁ ପ୍ଲାଷ୍ଟିକ ସମାଗ୍ରୀ ବ୍ୟବହାର ଉପରେ କଟକଣା କରିବାକୁ ଯୋଜନା କରିଛି ଜଙ୍ଗଲ ଓ ପରିବେଶ ବିଭାଗ। ପ୍ଲାଷ୍ଟିକ ର ବହୁଳ ବ୍ୟବହାର ରୋକିବା  ଦିଗରେ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.