ଡାକ୍ତରଖାନା ଛାତରୁ ଖସିଲା କଂକ୍ରିଟ୍ ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

Published By : Prameya-News7 Bureau | September 06, 2021 IST

ନୀଳଗିରି ୬।୯: ଛାତରୁ ଖସିଲା କଂକ୍ରିଟ୍ ପ୍ଲାଷ୍ଟର। ଏଭଳି ଅଘଟଣ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ମିତ୍ରପୁର ସ୍ବାସ୍ଥ୍ୟସେବା ସଂସ୍ଥାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବେସରକାରୀ ଡାକ୍ତରଖାନାଟିର ଛାତ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ଛାତ ତଳୁ କଂକ୍ରିଟ ଖସିବାରୁ ରୋଗୀ ଓ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅବହେଳିତ ଓ ବିପଦ ସଂକୁଳ ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରଟି ଥିବା ନେଇ ବହୁବାର ଅଭିଯୋଗ ହୋଇଥିଲେ ସୁଦ୍ଧା ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବା ଯୋଗୁଁ ଅଘଟଣ ଘଟିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.