ଆଇସିଏମଆରରୁ ନିର୍ଦ୍ଦେଶ ନ ଆସିବା ଯାଏଁ ବନ୍ଦ ହେବନି ପ୍ଲାଜମା ଥେରାପି: ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ସୂଚନା

Published By : Prameya-News7 Bureau | October 22, 2020 IST

ଭୁବନେଶ୍ୱର ୨୨/୧୦ : ଆଇସିଏମ୍ଆର ଲିଖିତ ଭାବେ ନଜଣାଇବା ପର୍ଯ୍ୟନ୍ତ ରାଜ୍ୟରେ ପ୍ଲାଜମା ଥେରାପି ଓ ରିମେଡିସିଭିର ଚିକିତ୍ସା ବନ୍ଦ ହେବନି ।  ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଏହି ସୂଚନା ଦେଇଛନ୍ତି । ଓଡ଼ିଶାରେ ଆଜି ୧୯୧୩ କରୋନେ ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି ଓ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଗଜପତି ଓ ଦେବଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ଏକକ ସଂଖ୍ୟାକୁ ଆସିଛି।  

ରାଜ୍ୟରେ ବନ୍ଦ ହେବନି ପ୍ଲଜ୍ମାମା ଥେରାପି ଏବଂ ରିମେଡସିଭିର ଚିକିତ୍ସା ।ଯେପର୍ଯ୍ୟନ୍ତ ଆଇସିଏମଆର ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଏ ନେଇ ଜଣାଇ ନାହିଁ ସେ ପର୍ଯ୍ୟନ୍ତ ଏହା ଚାଲୁ ରହିବ । ରିମେଡସିଭିର ଚିକିତ୍ସା ଏବଂ ପ୍ଲାଜମା ଥେରାପି ଫଳପ୍ରଦ ହେଉନଥିବା କେବଳ ମିଡିଆରେ ଜାଣିବାକୁ ପାଇଛୁ । କିନ୍ତୁ ଆଇସିଏମଆରରୁ ଏନେଇ କିଛି ନିର୍ଦ୍ଦେଶ ଆସିନାହିଁ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ  ଆଇସିଏମ୍‌ ଆର ମଙ୍ଗଳବାର ପ୍ଲାଜମା ଥେରାପି ସମ୍ବନ୍ଧରେ ବିବୃତି ଜାରି କରି ଏହାକୁ କରୋନା ଚିକିତ୍ସାରେ  ବନ୍ଦ କରିବା ଲାଗି କହିଥିଲା।  ସେହିଭଳି ଦେଶରେ ପ୍ଲାଜମା ଥେରାପୀ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଦିଲ୍ଲୀ ସରକାର ।  

ସେହିପରି ଗତ ୨୪ଘଣ୍ଟା ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୃତୀୟ ଦିନ ପାଇଁ ୨ ହଜାର ତଳେ ରହିଛି। ଆଜି ୧୯୧୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏଭିତରୁ ୧୧୦୯ଜଣ କ୍ବାରାଣ୍ଟାଇନରୁ ଏବଂ ୮୦୪ଜଣ ଲୋକାଲ କଣ୍ଟାକ୍ଟ। ଏଭିତରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଦେବଗଡ଼ରୁ ୫ ଏବଂ ଗଜପତିରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪ଛୁଇଁଥିବା ବେଳେ ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସି ଆସିଛି । ଏବେ ଏହା ୧୯୯୩୨ ରହିଛି। ସେହିପରି  ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ନୂଆ ପଜିଟିଭ୍ କେସ ସାମନାକୁ ଆସିଛି ।  

କରୋନାକୁ ମାତ ଦେବା ପାଇଁ  ଆଷ୍ଟ୍ରାଜେନେକାର ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ବଡ଼ ଝଟକା ମିଳିଛି।  ବ୍ରାଜିଲର ଜଣେ ସ୍ବେଚ୍ଛାସେବୀଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ପରୀକ୍ଷଣ ବନ୍ଦ ହେବନି ବୋଲି ସ୍ପଷ୍ଟ କରାଯାଇଛି। ସେପଟେ ବିଶ୍ବର ସମସ୍ତ ଲାବାରୋଟାରୀ ଅସ୍ଥାୟୀ ଭାବେ କାମ ବନ୍ଦ କରିଛି ଡକ୍ଟର ରେଡ୍ଡି । ରୁଷ ଟିକା ସ୍ଫୁଟନିକ ଫାଇଭର ଟ୍ରାଏଲ ଦାୟିତ୍ବ ନେଇଛି ଡକ୍ଟର୍‌ସ ରେଡି। କିନ୍ତୁ ଏହାର ୱେବ୍‌ ସାଇଟ୍ ହ୍ୟାକ୍‌ ହେବା ପରେ ବିଶ୍ବବ୍ୟାପ ଏହାର କାମକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଡକ୍ଟରସ ରେଡ୍ଡି ଫାର୍ମା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.