ଆସନ୍ତା ସପ୍ତାହରୁ ଆରମ୍ଭ ହେବ ପ୍ଲାଜ୍‌ମା ଥେରାପି

Published By : Prameya-News7 Bureau | July 10, 2020 IST

ଭୁବନେଶ୍ବର୧୦/୭: ଆସନ୍ତା ସପ୍ତାହରୁ ଟେଷ୍ଟ ୮ ହଜାରକୁ ବୃଦ୍ଧି କରାଯିବ। ବର୍ତ୍ତମାନ ୩୦ ହଜାର କୀଟ ମହଜୁଦ ରହିଛି। ଟେଷ୍ଟ ଅଧିକ ବୃଦ୍ଧି କରିବା ନେଇ ଆଉ ୧ ଲକ୍ଷ କୀଟ ଅର୍ଡର ଡିଆଯାଇଛି।  ଏହି କୀଟ ପହଁଞ୍ଚିବା ପରେ ପ୍ରତି ଜିଲ୍ଲାକୁ ପଠାଯିବ। ଜିଲ୍ଲାରେ କିପରି ଅଧିକ ଟେଷ୍ଟ ହୋଇପାରିବେ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ କିଟ୍ ମାଗାଇଛନ୍ତି। ଦିନକୁ ୧୦ ହଜାର ଟେଷ୍ଟ ହେବ। ୧୦ରୁ ୧୨ ଦିନ ଭିତରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଏହାକୁ ଆରମ୍ଭ କରିବେ। ସମ, କିମ୍ସ,  ଏସସିବି, ଆଉ ଅଶ୍ୱନି ହସ୍ପିଟାଲ ରେ ଆରମ୍ଭ ହେବ। ଆ ଇ ଏଲ ଏସ ର ନିର୍ଦେଶକ ଅଜୟ ପରିଡା ଏ ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ସଂଖ୍ୟା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.