Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସପ୍ତାହରେ ୫୦୦୦ କରୋନା ଆକ୍ରାନ୍ତଙ୍କଠାରେ ପ୍ରୟୋଗ ହେବ ପ୍ଲାଜମାଥେରାପୀ, ସୁସ୍ଥ ହେବେ ବୋଲି ରହିଛି ଆଶା

25/04/2020 at 3:34 PM

ଲଣ୍ଡନ, ୨୫|୦୪:  କରୋନା ଭାଇରସର ମୁକାବିଲା ପାଇଁ ଏବେ ଗବେଷକମାନେ ପ୍ଲାଜମାଥେରାପିର ପ୍ରୟୋଗ କରୁଛନ୍ତି । ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି କିଛି ବାଜ୍ଞାନିକ ଦାବି କରିଛନ୍ତି । ଏପରିକି ଏହି ପ୍ଲାଜମାଥେରାପୀରେ କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା ସମ୍ଭବପର ବୋଲି ମଧ୍ୟ କୁହାଯାଉଛି ।

ୟୁକେର ସ୍ୱାସ୍ଥ୍ୟ ସଚିବ ମେଟ୍ ହେନକକ୍ କହିଛନ୍ତି ଯେ, ଏହି ଉପଚାର କରୋନା ମୁକାବିଲା ପାଇଁ ଏକ ମାଇଲ୍ ଷ୍ଟୋନ୍ ହେବ । ଏନେଇ ସେ ଆଶା ରଖିଛନ୍ତି । ଏନଏଚଏସ ସେହି ବ୍ୟକ୍ତିଙ୍କ ଠାରୁ ରକ୍ତ ସଂଗ୍ରହ କରିବ ଯେଉଁମାନେ କରୋନା ବାଇରସକୁ ମାତ ଦେଇଛନ୍ତି । ଏକ ସ୍ୱତନ୍ତ୍ର ମେସିନ୍ ସାହାଯ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ଶରୀରରୁ ରକ୍ତ ନେବ । ଏହି ମେସିନ ପ୍ଲାଜମାକୁ ପୃଥକ କରି ରକ୍ତକୁ ପୁଣି ରକ୍ତଦାତାଙ୍କ ପାଖକୁ ଫେରିଯିବ । ୪୫ ମିନଟର ଏହି ପ୍ରକ୍ରିୟାରେ ପ୍ଲାଜମା ସଂଗ୍ରହ କରାଯିବ । ଅଧିକରୁ ଅଧିକ ପ୍ଲାଜମା ଏକାଠି କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏହି ସଂଗୃହୀତ ପ୍ଲାଜମା ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୫ ହଜାର କରୋନା ଆକ୍ରାନ୍ତଙ୍କଠାରେ ପରୀକ୍ଷାମୂଳଭାବେ ପ୍ରୟୋଗ କରାଯିବ ।

ୟୁକେର ଉପମୁଖ୍ୟ  ଚିକିତ୍ସାଧିକାରୀ ଜୋନାଥନ୍ ବାଟ୍ ଟିମ୍ କହିଛନ୍ତି ଯେ, ଦେଶରେ ୭୦୦୦ରୁ ଅଧିକ ଗବେଷକ କରୋନା ପ୍ରତିଷେଧକ ପାଇଁ ଗବେଷଣା ଚଳାଇଛନ୍ତି । ଏହାସହ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି ।

   Related Posts