କରୋନା ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ, ଓଡ଼ିଶାରେ ହଜାରେ ଛୁଇଁଲା ପ୍ଲାଜମା ଥେରାପି

Published By : Prameya-News7 Bureau | September 17, 2020 IST

ଭୁବନେଶ୍ୱର ୧୭।୦୯: ହଜାରେ ଛୁଇଁଲା ପ୍ଲାଜମା ଥେରାପି । ଓଡ଼ିଶା କରୋନା ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲ ଷ୍ଟୋନ ସ୍ଥାପନ କରିଛି । ଏପର୍ଯ୍ୟନ୍ତ ଏକ ହଜାର ଲୋକଙ୍କୁ ପ୍ଲାଜମା ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି ।

wp:html /wp:html

ଅତ୍ୟାଧୁନିକ ମେଡିକାଲ ସୁବିଧା ପାଇଁ ଏତେ ସଂଖ୍ୟକ ଲୋକଙ୍କୁ ପ୍ଲାଜମା ଦିଆଯାଇ ପାରିଛି । ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସି ଓଡ଼ିଶାକୁ କରୋନା ବିରୋଧୀ ଲଢ଼େଇରେ ଲଢ଼ିବା ପାଇଁ ସହାୟତା କରିଥିବାରୁ ପ୍ଲାଜମା ଦାନ କରିଥିବା ବ୍ୟକ୍ତି ମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ସେହିପରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ଟ୍ବିଟ କରିଛି । ପ୍ଲାଜମା ଥେରାପିର ସମଗ୍ର ଟିମ୍ ପାଇଁ ଏହା ଏକ ପ୍ରଶଂସନୀୟ ସଫଳତା । ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଆବଶ୍ୟକତା ଥିବା କୌଣସି ରୋଗୀଙ୍କୁ ପ୍ଲାଜମା ଉପଲବ୍ଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.