Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ରାଜ୍ୟରେ ପ୍ଲାଜମା ଥେରାପି ସଫଳ, ପ୍ଲାଜମା ଦେବାକୁ ଆଗେଇ ଆସିଲେ NDRFର ୮୦ ଯବାନ

19/07/2020 at 8:06 PM

ଭୁବନେଶ୍ଵର ୧୯।୦୭:  ରାଜ୍ୟରେ ପ୍ଲାଜମା ଥେରାପି ସଫଳ ହୋଇଛି । ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ଏମାନଙ୍କ ଭିତରୁ ୪ଜଣ ଦ୍ରୁତ ଆରୋଗ୍ୟ ଲାଭ କରିଛନ୍ତି । ଏମାନଙ୍କୁ ଖୁବ ଶୀଘ୍ର ହସପିଟାଲରୁ ଡିସଚାର୍ଜ କରାଯିବ । ଭୁବନେଶ୍ବର ସମ କୋଭିଡ ହସିପିଟାଲ ସମେତ ୩ଟି କୋଭିଡ ହସ୍ପିଟାଲରେ ପ୍ଲାଜମା ଚିକିତ୍ସା କରାଯାଉଛି । ଅଧିକରୁ ଅଧିକ କରୋନା ସୁସ୍ଥ ଲୋକ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିବାପରେ କଟକରେ  ଆଜି ଏନ ଡି ଆର ଏଫର ୮୦ ଜଣ ଜବାନ ପ୍ଲାଜମା ଦେବା ଲାଗି ଆଗେଇ ଆସିଛନ୍ତି।

କାମ କରୁଛି ପ୍ଲାଜମା ଚିକିତ୍ସା । ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ସଫଳ ହେଉଛି । ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ଦିଆଯାଇଥିବା ବେଳେ ଏମାନଙ୍କ ଭିତରୁ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି । ଏମାନଙ୍କଠାରୁ ଅକ୍ସିଜେନ ସପୋର୍ଟ କଢ଼ାଯାଇଛି। ଖୁବ ଶୀଘ୍ର ହସପିଟାଲରୁ ଡିସଚାର୍ଜ ହେବେ ଏମାନେ ।ଏହି ୪ ଆରୋଗ୍ୟଙ୍କ ଭିତରୁ ୩ଜଣ ସମ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୨ଜଣ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ପ୍ଲାଜମା ଚିକିତ୍ସା ସଫଳ ହେବା ପରେ କ୍ରିଟିକାଲ କୋରନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏକ ଆଶା ସଞ୍ଚାର କରିଛି ।

ଗତ ସପ୍ତାହରେ ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ଥେରାପି ଚିକିତ୍ସା ଲାଗି ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଥିଲେ।  ଅଧିକରୁ ଅଧିକ ପ୍ଲାଜମା ଦାନ କରିବାକୁ କରୋନା ସଂକ୍ରମଣରୁ ସୁସ୍ଥ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହେଉଛି କଟକର ଦୃଶ୍ୟ । ପ୍ଲାଜମା ଡୋନେଟ କରିବାକୁ ଆଗକୁ ଆସିଛନ୍ତି ଏନଡିଆରଏଫ ଯବାନ। ଅମ୍ଫାନ ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ କାମରେ କୋଲକାତା ଯାଇ ସେଠାରେ କରୋନା ଆକ୍ରାନ୍ତ ହୋଇଥିଲେ ।ସୁସ୍ଥ ହେବାର ପରେ ଏନ ଡି ଆର ଏଫର ୮୦ ଯବାନ ପ୍ଲାଜମା ଦେବା ଲାଗି ସହମତି ପ୍ରକାଶ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮ ଜଣ ଯବାନ ନିଜର ଆନୁସାଙ୍ଗିତ ଟେଷ୍ଟ କରିଛନ୍ତି ।

ସେପଟେ ଆଜି ଦିଲ୍ଲୀରେ ପ୍ଲାଜମା ଡୋନେଟ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । ଦିଲ୍ଲୀ ଏମ୍ସ,କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ଏହା ଆରମ୍ଭ ହୋଇଛି ।  ଏଥିରେ ୨୬ ପୋଲିସ ପ୍ଲାଜମା ଡୋନେଟ କରିଛନ୍ତି । ସାରା ଦେଶରେ ପ୍ଲାଜମା ଡୋନେସନ ଏକ ଆନ୍ଦୋଳନରେ ପରିଣତ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଦିଲ୍ଲୀରେ ପ୍ରଥମେ ଆରମ୍ଭ ହୋଇଥିଲା ପ୍ଲାଜମା ଚିକିତ୍ସା । ଆଉ ଏବେ ଓଡିଶା ସମେତ ଅଲ୍ଫ କିଛି ରାଜ୍ୟରେ ଏହା ସଫଳ ହେବାରେ ଲାଗିଛି।

   Related Posts