Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ରାଜ୍ୟରେ ପ୍ଲାଜମା ବ୍ୟାଙ୍କ: SCBରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ହେବ ପ୍ଲାଜମା ଥେରାପି

15/07/2020 at 5:37 PM

ଭୁବନେଶ୍ଵର ୧୫।୦୭: ରାଜ୍ୟରେ ଜୁଲାଇ ମାସରେ କରୋନା ନିଜର କାୟା ବଢାଇ ଚାଲିଛି। ଏହାର ମୁକାବିଲା ପାଇଁ ଆଜିଠୁ ପ୍ଲାଜମା ଥେରାପିରେ କରୋନା ଚିକିତ୍ସା ଆରମ୍ଭ ହୋଇଛି। କଟକ ଏସସିବି ମେଡିକାଲରେ ଉଦଘାଟିତ ହୋଇଛି ପ୍ଲାଜମା ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ଏସସିବି ମେଡିକାଲରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟରେ ଭୁବନେଶ୍ଵରର ସମ୍, କିମ୍ସ ଓ କଟକର ଅଶ୍ଵିନୀ ହସ୍ପିଟାଲରେ ମଧ୍ୟ ପ୍ଲାଜମା ଚିକିତ୍ସା ଆରମ୍ଭ ହେବ।  କଟକ ବଡ ମେଡିକାଲ ପ୍ଲାଜମା ଥେରାପି ନୋଡାଲ ସେଣ୍ଟର ଭାବେ କାମ କରିବ।

ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ପ୍ଲାଜମା ଥେରାପି ଆରମ୍ଭ ରାଜ୍ୟ ପାଇଁ ଖୁସି ଖବର। କରୋନା ବିରୋଧୀ ଲଢେଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ। ଏହା ସହିତ ଦେଶରେ ପ୍ଲାଜମା ଥେରାପିରେ ଓଡିଶା ସାମିଲ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ଓଡିଶାର କୌଣସି ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେ ନାହିଁ। ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ଯୋଗାଇ ଦିଆଯିବ। ଏହା ସହିତ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣର ପ୍ରତିରୋଧ ଲାଗି ଆସନ୍ତା ସପ୍ତାହ ଭିତରେ କୋଭିଡ ପରୀକ୍ଷଣକୁ ଦୈନିକ ୭ ହଜାରରୁ ୯ ହଜାର ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି। କରୋନା ପ୍ରଭାବିତ  ଜିଲ୍ଲାରେ ତଦାରଖ ବ୍ୟବସ୍ଥା କଡାକଡି କରାଯିବା ସହିତ ରୋଗୀ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୫ ଲକ୍ଷ କରୋନା କିଟ୍ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଅର୍ଡର ଦିଆଯାଇଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଓଡିଶାରେ ପହଞ୍ଚିବ ୧ ଲକ୍ଷ କରୋନା କିଟ୍।

ଏହା ସହିତ ପ୍ରାଇଭେଟ୍ ହସ୍ପିଟାଲରେ ଆଣ୍ଟିଜେନ୍ କିଟ୍ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ସରକାର। ଏହା ବ୍ୟତୀତ କ୍ଲିନିକ୍ ଓ ଲ୍ୟାବ୍‌କୁ ମଧ୍ୟ ଅନୁମତି ମିଳିଛି। ନିଜେ କିଣି ପରୀକ୍ଷା କରିବାକୁ ଅନୁମତି ଦେଇଛନ୍ତି ସରକାର। ଉଲ୍ଲେଖନୀୟ ପୂର୍ବରୁ କରୋନା ଟେଷ୍ଟ ପାଇଁ ୨୫ ହଜାର କିଟ୍ କିଣିଥିଲେ ସରକାର। ଏହି ସବୁ କିଟ୍‌କୁ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲ ସହିତ ପ୍ରମୁଖ ହସ୍ପିଟାଲକୁ ଯୋଗାଇ ଦିଆଯାଇଥିଲ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୪୮୯୮ରେ ପହଞ୍ଚିଛି। ଆଜିର ୬୧୨ ଜଣଙ୍କୁ ମିଶାଇ ଅଦ୍ୟାବଧି ୧୦୪୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଆଜି ଏହି ମହାମାରୀରେ ଆଉ ୩ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ଘଟିଛି। ଆକ୍ଟିଭ୍ କେସ୍ ସଂଖ୍ୟା ୪୩୪୫ ରହିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।

   Related Posts