ଗଞ୍ଜାମରେ କରୋନାକୁ ବ୍ରେକ୍ ଲଗାଇବା ପାଇଁ ନୂତନ ରଣକୌଶଳ, ଆରମ୍ଭ ହେଲା ପ୍ଲାଜମା ଥେରାପି

Published By : Prameya-News7 Bureau | July 21, 2020 IST

ବ୍ରହ୍ମପୁର ୨୧।୭: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲାରେ ନୂତନ ରଣକୌଶଳ ପ୍ରସ୍ତୁତି କରାଯାଇଛି ।

{"id":303607,"sizeSlug":"large"}

ବ୍ରହ୍ମପୁର ବଡ ମେଡିକାଲରେ ଆଜି ପ୍ଲାଜମା ଥେରାପିର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଆଜିଠାରୁ କୋଭିଡ୍ ଟାଟା ହସ୍ପିଟାଲରେ ଆରମ୍ଭ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ରୋକିବାରେ ଏହା ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ସୁସ୍ଥ ହୋଇଥିବା ୪୦୦ କୋଭିଡ୍ ରୋଗୀ ସ୍ବଇଚ୍ଛାରେ ପ୍ଲାଜମା ଥେରାପି ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଜିଲ୍ଲାପାଳ କହିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରେ ପୁଣି ୨୨୫ ଆକ୍ରାନ୍ତ ଚିହ୍ନଟ  ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୯୯୧କୁ  ବୃଦ୍ଧି ପାଇଛି । ଏଭଳି ସଂଗୀନ୍ ପରିସ୍ଥିତିରେ କରୋନା ମହାମାରୀକୁ ବ୍ରେକ୍ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଜିଲ୍ଲାରେ କାହାରି ମୃତ୍ୟୁ ହୋଇନଥିବା ସୂଚନା ମିଳିଛି ।

{"id":303608,"sizeSlug":"large"}

ଗଞ୍ଜାମ ଜିଲ୍ଲା ସହ ଆଖପାଖ ଜିଲ୍ଲାର ଅନେକ ଗୁରୁତର ରୋଗୀଙ୍କ ପାଇଁ ଏହା ବେଶ୍ ସହାୟକ ହୋଇପାରିବ ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । ଏସଓପି ଅନୁସାରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ କୋଭିଡ୍ ଟାଟା ହସ୍ପିଟାଲ୍ ରେ ଏହା କାର୍ଯ୍ୟକାରୀ ହୋଇଥିବା ଡାକ୍ତର କହିଛନ୍ତି । ପ୍ଲାଜମା ଥେରାପିର ବ୍ୟବହାର ପରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା କମିବା ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.