କରୋନା ଚିକିତ୍ସାରୁ ହଟିଲା ପ୍ଲାଜମା ଥେରାପି : AIIMS ଓ ICMR ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮/୫ : କରୋନା ସଙ୍କଟ ସମୟରେ ପ୍ଲାଜମା ଥେରାପି ନେଇ ବଡ ନିଷ୍ପତ୍ତି ନେଇଛନ୍ତି ICMR ଏବଂ AIIMS । କୋଭିଡ ଚିକିତ୍ସାରୁ ପ୍ଲାଜମା ଥେରାପିକୁ ବାଦ୍ ଦିଆଯାଇଛି । ତେବେ ଏନେଇ AIIMS ଏବଂ ICMR ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର), କୋଭିଡ -19 ଉପରେ ନ୍ୟାସନାଲ ଟାସ୍କ ଫୋର୍ସ ବୈଠକରେ ସମସ୍ତ ସଦସ୍ୟ ପ୍ଲାଜମା ଥେରାପିକୁ ଚିକିତ୍ସାରୁ ବାଦ୍ ଦେବାକୁ ଦାବି କରିଥିଲେ ।

ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ମତରେ କରୋନା ଥେରାପି ପ୍ରଭାବଶାଳୀ ନୁହେଁ, ଅନେକ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି । ICMRର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସମୀରନ ପାଣ୍ଡା କହିଛନ୍ତି ଯେ ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ପ୍ଲାଜମା ଚିକିତ୍ସାର କୌଣସି ଲାଭ ନାହିଁ । ପ୍ଲାଜମା ଥେରାପି ମହଙ୍ଗା ଏବଂ ଭୟ ସୃଷ୍ଟି କରୁଛି । ଏହା ରୋଗୀଙ୍କୁ ସହାୟ ହେଉନଥିବାବେଳେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ବୋଝ ହେଉଛି ।

wp:html /wp:html

ପ୍ଲାଜମା ଥେରାପି ଦ୍ୱାରା ଆଣ୍ଟିବଡି ନିଶ୍ଚିତ ଭାବରେ ପର୍ଯ୍ୟାପ୍ତ ପରିମାଣରେ ରହିବା ଆବଶ୍ୟକ । କିନ୍ତୁ ଏହା ସମ୍ଭବ ହେଉନି । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି ପ୍ରାରମ୍ଭିକ ମଧ୍ୟମ ରୋଗର ଅବସ୍ଥାରେ ଅର୍ଥାତ୍ ଲକ୍ଷଣ ଆରମ୍ଭ ହେବାର ସାତ ଦିନ ମଧ୍ୟରେ, ଦାତା ପ୍ଲାଜମା ଉପଲବ୍ଧ ଥିଲେ ପ୍ଲାଜ୍ ଥେରାପିର "ଅଫ୍ ଲେବଲ୍" ଅନୁମତି ଦିଆଯାଇଥିଲା । ତେବେ ଏହା ବିଶେଷ ଫଳପ୍ରଦ ନହେବାରୁ ଡାକ୍ତର ଏବଂ ବୈଜ୍ଞାନିକ ମୁଖ୍ୟଙ୍କ ପରାମର୍ଶଦାତା କେ ବିଜୟ ରାଘଗବନଙ୍କୁ ଚିଠି ଲେଖି ଏହାକୁ ହଟାଇବାକୁ ଦାବି କରିଥିଲେ ।

ବାସ୍ତବରେ, ପ୍ଲାଜମା ଥେରାପିରେ, କୋଭିଡ୍ -19 ଦ୍ୱାରା ଆରୋଗ୍ୟ ହୋଇଥିବା ରୋଗୀର ରକ୍ତରେ ଉପସ୍ଥିତ ଆଣ୍ଟିବଡି ଗୁରୁତର ରୋଗୀଙ୍କୁ ଦିଆଯାଇଥାଏ । ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞଙ୍କ ମତରେ ୧୧,୫୮୮ ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ପରୀକ୍ଷା କରିବା ପରେ ଏହା ଜଣାପଡିଛି ଯେ ଏହାଦ୍ୱାରା ରୋଗୀ ମୃତ୍ୟୁ ବେଶି ସଂଖ୍ୟାରେ ବୃଦ୍ଧିପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.