Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

କରୋନା ରେ।ଗୀଙ୍କ ଚିକିତ୍ସା ପାଇଁ ଯେଉଁ ପ୍ଲାଜମା ଥେରାପି ଆରମ୍ଭ, ଉଦଘାଟନ୍‌ କଲେ ମୁଖ୍ୟମନ୍ତ୍ରୀ

15/07/2020 at 9:57 PM

ଭୁବନେଶ୍ବର୧୫/୭: ଏସସିବି ମେଡ଼ିକାଲ କଲେଜ୍ ରେ ପ୍ଲାଜମା ଥେରାପି ଆରମ୍ଭ । ଏହାସହ କଟକ ଏସସିବି ମେଡ଼ିକାଲ କଲେଜ୍ କ୍ୟାମ୍ପସ୍ରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେ।ଇଛି । ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରେ।ନା ରୋଗର ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ଗତକାଲି ଘେ।ଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କଟକ ଏସସିବି ମେଡ଼ିକାଲ ସମେତ ଭୁବନେଶ୍ବର ସମ୍ ହସପିଟାଲ, କିମ୍ସ ହସପିଟାଲ, ଏବଂ କଟକ ଅଶ୍ବିନୀ ହସପିଟାଲରେ ପ୍ଲାଜମା ଥେରାପି କରିବା ପାଇଁ ନିଷ୍ପତ୍ତି କରାଯାଇଛି । ଯେହେତୁ ପ୍ଲାଜମା ଥେରାପି ମାଧ୍ୟମରେ ଦିଲୀ ସମେତ କେତେକ ସ୍ଥାନରେ କରେ।ନା ରେ।ଗର ସଫଳ ଚିକତ୍ସା ହେଉଥିବା ସମ୍ଭବ ହେ।ଇଛି ସେଥିପାଇଁ ଏହି ବ୍ୟବସ୍ଥା ଆଜିଠାରୁ ଓଡ଼ିଶାରେ ଲାଗୁ କରିଛନ୍ତି ରାଜ୍ୟ ସରକାର ।

କରୋନା ରେ।ଗୀଙ୍କ ଚିକିତ୍ସା ପାଇଁ ଯେଉଁ ପ୍ଲାଜମା ଥେରାପି ଆରମ୍ଭ ହେ।ଇଛି ସେଥିପାଇଁ କରେ।ନାରେ ଆକ୍ରାନ୍ତ ହେ।ଇ ଭଲ ହେ।ଇଥିବା ରେ।ଗୀଙ୍କ ରକ୍ତରୁ ପ୍ଲାଜମା ସଂଗ୍ରହ କରାଯିବ । କରୋନାରୁ ସୁସ୍ଥ ହେବାର ୨୮ ଦିନ ଭିତରେ ସେହି ରୋଗୀଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ। ଏହାକୁ ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କଠାରେ ପ୍ରୟୋଗ କଲେ ସେମାନଙ୍କ ଶରୀରରେ କରୋନା ଭୂତଣୁ ସହିତ ଲଢିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି ହେବ। ଡ଼ଃ ଗିରିଜା ନନ୍ଦିନୀ କାନୁନଗେ।, ଆସେ।ସିଏଟ ପ୍ରଫେସର, ଟ୍ରାନସଫ୍ୟୁଜନ ମେଡ଼ିସିନ୍ ବିଭାଗ, ସମ୍ ହସପିଟାଲ ।

ଡ଼ଃ ପ୍ରଦୀପ ଶେଖର ପାତ୍ର, ଆସେ।ସିଏଟ ପ୍ରଫେସର, ଇମ୍ୟୁନେ।ଲେ।ଜି ଆଣ୍ଡ ରିଉମାଟେ।ଲେ।ଜି, ସମ୍ ହସ୍ ପିଟାଲ । ସମ୍ ହସପିଟାଲରେ ପ୍ଲାଜମା ଥେରାପି କରିବା ଲାଗି ମଧ୍ୟ ଅନୁମତି ମିଳିଛି ।  ବର୍ତମାନ ସମ୍ ପାଖରେ  ତିନେ।ଟି ଅତ୍ୟାଧୁନିକ ଆଫେରସିସ ମେସିନ ଅଛି । ଯାହାକି ପ୍ଲାଜମା ଥେରାପି କରିବାରେ ବହୁ ସହାୟକ ହେବ । ଦିଲୀରେ ପ୍ଲାଜମା ଥେରାପି ଭଲ କାମ ଦେଇଛି ବେ।ଲି ଦିଲୀ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ବାରମ୍ବାର ପ୍ରକାଶ କରିଛନ୍ତି । ଦିଲ୍ଲୀରେ ମଧ୍ୟ ପ୍ଲାଜମା ବ୍ୟାଙ୍କ କରାଯାଇଛି। ଓଡ଼ିଶାରେ ମଧ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଲାଗି ଓଡ଼ିଶାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯିବ।

   Related Posts