Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଆସିଗଲା ପ୍ଲାଜମା ଜେଟ୍, ୩୦ ସେକେଣ୍ଡରେ କରୋନା ଭାଇରସକୁ ମାରିପାରିବ

12/11/2020 at 8:30 AM

ନୂଆଦିଲ୍ଲୀ, ୧୨|୧୧: ଏବେ ମାତ୍ର ୩୦ ସେକେଣ୍ଡରେ ମରିଯିବେ କରୋନା ଭାଇରାସ । ଆମେରିକାର ଲସ ଆଞ୍ଜେଲସର ୟୁନିଭର୍ସିଟି  ଅଫ୍ କାଲିଫର୍ଣ୍ଣିଆର ଏକ ରିସର୍ଚ୍ଚରୁ ଏହା ଜଣାପଡିଛି । ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ଏପରି ଏକ ପ୍ଲାଜମା ଜେଟ୍ ପ୍ରସ୍ତୁତ କରିଛି ଯାହା ବିଭିନ୍ନ ଧାତୁ, ଚମଡା ଓ ପ୍ଲାଷ୍ଟିକ ଉପରେ ଥିବା କରୋନା ଭାଇରସକୁ ୩୦ ସେକେଣ୍ଡରେ ମାରିପାରିବ ।

ଗବେଷକମାନେ ଏପରି ଏକ ଥ୍ରୀଡି ପ୍ରିଣ୍ଟରରୁ ପ୍ଲାଜମା ଜେଟରେ ସ୍ପ୍ରେ ପ୍ରସ୍ତୁତ କରିଛନ୍ତି । ଯାହାର ପରୀକ୍ଷଣ ସଫଳ ହୋଇଛି । ଗବେଷଣାରେ ପ୍ଲାଜମା ଜେଟର ସ୍ପ୍ରେ ପ୍ଲାଷ୍ଟିକ, ବିଭିନ୍ନ ଧାତୁ, କାର୍ଡ ବୋର୍ଡ ଓ ତ୍ୱଚାରେ ପ୍ରୟୋଗ କରାଯାଇଥିଲା ।

ଏଥିରୁ ଜଣାପଡିଥିଲା ଯେ, ସ୍ପ୍ରେ ସମସ୍ତ କରୋନା ଭାଇରସରୁ ନିପାତ କରିଛି । ମାତ୍ର ୩ ମିନିଟରୁ କମ୍ ସମୟ ମଧ୍ୟରେ ଏହି ସ୍ପ୍ରେ କରୋନା ଭାଇରସ ବିରୋଧରେ ପ୍ରଭାବି ସାବ୍ୟସ୍ତ ହୋଇଥିଲା । ଅଧିକାଂଶ ଭାଇରସ ମାତ୍ର ୩୦ ସେକେଣ୍ଡରୁ କମ୍ ସମୟ ଭିତରେ ମରିଯାଇଥିଲେ ।

ଫିଜିକ୍ସ ଅଫ୍ ଫ୍ଲୁଡସ୍ ନାମକ ଏକ ମାଗାଜିନରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଏହି ପ୍ଲାଜମା ଜେଟକୁ କୌଣସି ଏକ ଗ୍ୟାସକୁ ଗରମ କରି ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡର ସମ୍ପପର୍କରେ ଅଣାଯାଇ ପ୍ରସ୍ତୁତ କରାଯାଇଛି ।

ପ୍ଲାଜମା ଜେଟର ସ୍ପ୍ରେକୁ ଫେସ୍ ମାସ୍କ ଉପରେ ମଧ୍ୟ ପ୍ରୟୋଗ କରାଯାଇଥିଲା । ମାସ୍କ ଉପରେ ମଧ୍ୟ ସ୍ପ୍ରେ ସମାନ ଭାବେ କାମ କରିଥିଲା ।

   Related Posts