ଓଡ଼ିଶାରେ ପ୍ରଥମ ପ୍ଲାଜମା ଦାନ
20/07/2020 at 3:09 PM

ସାଲେପୁର୨୦/୭: ଓଡ଼ିଶାରେ ପ୍ରଥମ ପ୍ଲାଜମା ଦାନ। କରୋନା ଭାକ୍ସସିନ୍ କେବେ ବାହାରିବ, ତାହାର ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। କଟକ ଏସ୍ସିବି ମେଡିକାଲରେ ପ୍ଲାଜମା ଚିକିତ୍ସାର ସଫଳ ହୋଇଛି। ଏପରି କି ରାଜ୍ୟରେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।ସେହି ଆହ୍ୱାନ କ୍ରମେ କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ଜରିପଡା ପଞ୍ଚାୟତର ପଙ୍କଜ କୁମାର ବେହେରା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ପଙ୍କଜ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହା ପରେ ପଙ୍କଜ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଯିଏ ପ୍ଲାଜମା ଦାନ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ବିଧାୟକ ପ୍ରାଶାନ୍ତ ବେହେରା ସମେତ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ପ୍ରଶଂସା କରିଛନ୍ତି।
Related Posts
ସ୍ତ୍ରୀ ସହ ଝଗଡା କରି ହାରିଲେ ଜୀବନ ! ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ
18 January 2021
୨୨ କିଲୋ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କଲା ଫ୍ଲାଇଂ ସ୍କ୍ବାଡ୍, କାର୍ ଜବତ
18 January 2021
୨ୟ ଦିନରେ ଟିକାକରଣ, ୩୮୦ ସେସନ୍ରେ ୩୧ ହଜାର ୯୦୨ ଜଣଙ୍କୁ ଦିଆଯିବ ଭାକିସନ୍
18 January 2021