ରାଉରକେଲା ଆଇଜିଏଚରେ ଆଜିଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ, ପ୍ରଥମ ଦିନରେ ୩୫ ଜଣ ଦାନ କରିବେ ପ୍ଲାଜମା

Published By : Prameya-News7 Bureau | July 31, 2020 IST

ରାଉରକେଲା ୩୧।୭: ରାଉଉରକେଲା ଆଇଜିଏଚରେ ଆଜିଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ । ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବେ । କରୋନା ରୋଗୀଙ୍କ ପାଇଁ ପ୍ଲାଜମା ବରଦାନ। କରୋନା ପଜିଟିଭ ହୋଇ ଯେଉଁମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସେମାନେ ପ୍ଲାଜମା ଦାନ କରିବେ ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ମଚାରୀ ସୀମାଞ୍ଚଳ ଗୌଡ । ବାପା-ମା, ସ୍ତ୍ରୀ ଓ ଝିଅ ସହ ନିଜେ ଆକ୍ରାନ୍ତ ହୋଇଥିଲେ କରୋନାରେ । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ପ୍ଲାଜମା ଦାନ କରିବା ପାଇଁ ମଧ୍ୟ ଏବେ ସେ ପ୍ରସ୍ତୁତ ଅଛନ୍ତି । ତାଙ୍କ ପୂରା ପରିବାର ଏବେ କରୋନା ମୁକ୍ତ । ପ୍ଲାଜମା ଦାନ ପାଇଁ ସେ ପ୍ରସ୍ତୁତ । ସମସ୍ତ ପରୀକ୍ଷା ସରିଛି । ଆଜି ସେ ପ୍ଲାଜମା ଦାନ କରିବେ । ଆଜି ପ୍ରଥମ ଦିନରେ ୩୫ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବାର ତାରିକା ପ୍ରସ୍ତୁତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.