ଆଇଜିଏଚରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ୍, ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 31, 2020 IST

ଭୁବନେଶ୍ୱର, ୩୧|୦୭: ଏସ୍‌ସିବି, କ୍ୟାପିଟାଲ ହସ୍ପିଟାଲ ପରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ବା ଆଇଜିଏଚରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଆଇଜିଏଚ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଛନ୍ତି ।

 ଆଇଜିଏଚରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ଉପସ୍ଥିତ ଥିଲେ । ପ୍ରଥମ ଦିନରେ କରୋନାରୁ ସୁସ୍ଥ ହୋଇଥିବା ୩୫ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବା ନେଇ ତାଲିକା ପ୍ରସ୍ତୁତ ହୋଇଛି । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପୀ ସଫଳ ହେଉଥିବାରୁ ଏହା ଉପରେ ଗୁରୁତ୍ବ ଦିଆଯାଉଛି । ଆଗାମୀ ଦିନରେ ବୁର୍ଲା ଭୀମସାର ଓ ବ୍ରହ୍ମପୁର ଏମକେସିଜିରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ ।

ସୂଚାନଯୋଗ୍ୟ, ରାଜ୍ୟରେ ପ୍ଲାଜମା ଥେରାପିରେ କରୋନା ଆକ୍ରାନ୍ତମାନେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ରାଜ୍ୟ ସରକାର ପ୍ଲାଜମା ସଂଗ୍ରହ ପାଇଁ ବରିଷ୍ଠ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.