ଗଛ-ଲତାଙ୍କର ରହିଥାଏ ଗ୍ରହ-ନକ୍ଷତ୍ର ସହ ସମ୍ବନ୍ଧ : ଘରେ ଗଛ ଲଗାଇବା ଆଗରୁ ଜାଣି ରଖନ୍ତୁ ଏସବୁ ନିୟମ

Published By : Prameya-News7 Bureau | September 12, 2020 IST

ଘରେ ଗଛଲତା ଲଗାଇବା ଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗଛଲତା ଲଗାଇବା ପାଇଁ ମଧ୍ୟ ଏକ ନିର୍ଦ୍ଧାରିତ ଦିଗ କୁହାଯାଇଛି। ବାସ୍ତୁରେ ଗୁରୁତ୍ବାକର୍ଷଣ,ସୂର୍ଯ୍ୟରୁ ବାହାରୁଥିବା ୭ଟି ରଙ୍ଗ ଏବଂ ପୃଥିବୀର ବୁଲିବାର ବେଗକୁ ଆଧାର କରାଯାଇଥାଏ। ବାସ୍ତୁ ଅନୁସାରେ କଣ୍ଟା ଯୁକ୍ତ ଗଛଲତା ଘରେ ଲଗାଇବା ଅନୁଚିତ୍। ଯେଉଁ ଗଛ ଲତାର ପତ୍ର କିମ୍ବା ଡେମ୍ଫକୁ ଛିଣ୍ଡାଇବା ଦ୍ବାରା କ୍ଷୀର ବାହାରିଥାଏ ସେଗୁଡ଼ିକ ଘରେ ଲଗାଇବା ଅନୁଚିତ୍।

 ଗଛଲତାର ସମ୍ବନ୍ଧ ମଧ୍ୟ ବିଭିନ୍ନ ଗ୍ରହ ସହ ଥିବାର ଜଣା ଯାଇଥାଏ। ବହୁତ ଉଚ୍ଚ କିମ୍ବା ଲାଲ ଫଳଯୁକ୍ତ ଗଛର ସମ୍ବନ୍ଧ ସୂର୍ଯ୍ୟ ସହ ଥାଏ। କ୍ଷୀରଯୁକ୍ତ ଗଛ ଯେପରିକି ଅଖ ଗଛ ଏଗୁଡ଼ିକର ସମ୍ପର୍କ ଚନ୍ଦ୍ର ସହ ରହିଥାଏ।

wp:list
  • ଲତା ଏବଂ ବେଲର ସମ୍ବନ୍ଧ ଚନ୍ଦ୍ର ଏବଂ ଶୁକ୍ର ସହ ଥାଏ।
  • ବୁଦା ଏବଂ କଣ୍ଟାଯୁକ୍ତ ଗଛର ସମ୍ବନ୍ଧ ରାହୁ ଏବଂ କେତୁ ସହ ବୁଝା ଯାଇଥାଏ।
  • ଏହା ବ୍ୟତୀତ ସମସ୍ତ ଫଳଯୁକ୍ତ ଗଛର ସମ୍ବନ୍ଧ ବୃହସ୍ପତି ସହ ଥାଏ।
  • ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେଠାରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ।
  • ମନି ପ୍ଲାଣ୍ଟ ଏକ ଏପରି ଗଛ ଯାହା ଦ୍ବାରା ଘର-ପରିବାରରେ ସବୁବେଳେ ଲକ୍ଷ୍ମୀ ରହିଥାନ୍ତି।
  • କଦଳୀ ଗଛକୁ ଈଶାନ କିମ୍ବା ଉତ୍ତରରେ ଲଗାଇବା ଦ୍ବାରା ଘରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆସିଥାଏ।
  • ଘରର ଦକ୍ଷିଣ ଏବଂ ପଶ୍ଚିମ କ୍ଷେତ୍ରରେ ଉଚ୍ଚ ବୃକ୍ଷ ଲଗାଇବା ଉଚିତ୍।
  •  ଯେଉଁ ବ୍ୟକ୍ତିଙ୍କୁ ଶନି ସହ ସମ୍ବନ୍ଧିତ ବାଧା ଦୂର କରିବାର ଥିବ ତାଙ୍କୁ ଶମି ଗଛ ଲଗାଇବା ଉଚିତ୍।
  • ଘରର ଉତ୍ତର ଏବଂ ପୂର୍ବରେ କମ୍ ଉଚ୍ଚତା ବିଶିଷ୍ଟ ଗଛ ଲଗାଇବା ଉଚିତ୍।
  • ଉତ୍ତରା,ସ୍ବାତୀ,ହସ୍ତ,ରୋହିଣୀ ଏବଂ ମୂଳ ନକ୍ଷତ୍ରରେ ବୃକ୍ଷରୋପଣ କରିବା ଉଚିତ୍। ଏପରି କରିବା ଦ୍ବାରା ରୋପଣ ନିଷ୍ଫଳ ହୋଇନଥାଏ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.