ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାନ୍ତୁ ଏହିଫୁଲ ଗଛ, ଘରେ ଭରିଯିବ ସୁଖ ଆଉ ସମୃଦ୍ଧି…

Published By : Prameya-News7 Bureau | September 23, 2019 IST

ଘର ନିର୍ମାଣ ହେଉ କିମ୍ବା ଶୁଭକାମ କାର୍ଯ୍ୟ ସବୁକ୍ଷେତ୍ରରେ ଜ୍ୟୋତିଷ ବିଦ୍ୟାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଘର କେଉଁ ଦିଗରେ କେଉଁ ଫୁଲ ଗଛ ଓ ଚାରା ଲଗାଇବା ଦରକାର ହୁଏତ ଆପଣ ଜାଣି ନଥିବେ। ଏହି ସଂପର୍କରେ କୋଲକାତାର ବିରିଷ୍ଠ ବାସ୍ତୁଶାସ୍ତ୍ର ବିଷେଜ୍ଞ ଦୀକ୍ଷା ରାଠି କଣ କହୁଛନ୍ତି, ଜାଣନ୍ତୁ

ଡକ୍ଟର ଦୀକ୍ଷା ରାଠିଙ୍କ ଅନୁସାରେ, ଗୋଲାପ, ଗେଣ୍ଡୁ, ଚମ୍ପା  ଓ ଚମେଲି ଫୁଲ ଗଛ ଘରକୁ ସରକାତ୍ମକ ଶକ୍ତି ପ୍ରଦାନ କରିଥାଏ। ଏହି ଫୁଲଗଛ ଗୁଡିକୁ ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ ଲଗାନ୍ତୁ। ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଉଚିତ୍। ପୁରୁଣା ପରମ୍ପରା ଅନୁସାରେ ଘର ଅଗଣାରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ।

ଘରର ଦକ୍ଷିଣ ଦିଗରେ କୌଣସି ଗଛ ଲଗାନ୍ତୁ ନାହିଁ। କାରଣ ଏହି ଗଛ ଘରକୁ ନକରାତ୍ମକ ଶକ୍ତି ଦେଇଥାଏ।  ଘରର ପରିସର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉତ୍ତର କିମ୍ବା ପୂର୍ବ ଦିଗରେ ଗଛ ଲଗାନ୍ତୁ। ଘରର ପରିସରରେ ଛୋଟ ବଗିଚା ତିଆର କରିବା ଲାଗି ଚାହୁଁଥିଲେ। ତେବେ ଘରର ଉତ୍ତର, ପୂର୍ବ କିମ୍ବା ପଶ୍ଚିମ ଦିଗରେ କରନ୍ତୁ। ଘର ଐଶାନ୍ୟ କୋଣ ବା ଉତ୍ତର- ପୂର୍ବ ଦିଗରେ ଫୁଲ ଗଛ ଲଗାଇ ପାରିବେ। ଏହିପରି କରିବା ଦ୍ବାରା ଘରରେ ସମସ୍ତ ଦେବାଦେବୀଙ୍କ ଶୁଭ ଦୃଷ୍ଟି ଘର ଉପରେ ପଡ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.