୯ ଜିଲ୍ଲାରେ ୨୫ ଲକ୍ଷ ଚାରାରୋପଣ ଲାଗି କୁଡୁମୀ ସେନାର ବୃକ୍ଷରୋପଣ କାର୍ଯ୍ୟକ୍ରମ

Published By : Prameya-News7 Bureau | July 14, 2021 IST

ପାଟଣା ୧୪।୭: ଜଙ୍ଗଲ ନଷ୍ଟ ସାଙ୍ଗକୁ ବେଆଇନ ଗଛକଟା ଏବେ ସିଧାସଳଖ ମଣିଷ ସମାଜ ଉପରେ ପଡ଼ୁଛି।  କରୋନା କାଳରେ ଅମ୍ଳଜାନ ସ୍ତର କମ୍ ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ଗଛ ଲଗାଇ ଅମ୍ଳଜାନ ସ୍ତର ବୃଦ୍ଧି ପାଇ ଏବେ କୁଡୁମି ସେନା ଅଣ୍ଟା ଭଡିଛି।ରାଜ୍ୟର ୯ ଜିଲ୍ଲାରେ ଥିବା ୨୫ ଲକ୍ଷରୁ ଉର୍ଦ୍ଧ୍ବ କୁଡୁମୀ ଜାତିର ଲୋକେ ବସବାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୯ଟି ଜିଲ୍ଲାର ବିଭିନ୍ନ ଗ୍ରାମ ଆଉ ପଞ୍ଚାୟତକୁ ସବୁଜ ବନାନୀ କରିବା ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କଣ୍ଟିଆପଡା ପଞ୍ଚାୟତ ବଲାଣିପଶି ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟର ପରିସରରୁ ଶୁଭାରମ୍ଭ ହୋଇଥିଲା । ପାଟଣା ଚମ୍ପୁଆ ସାହାରପଡା ଅଞ୍ଚଳରେ କୁଡୁମୀ ସେନାର ରାଜ୍ୟ ସଭାପତି ଦିବ୍ୟସିଂ ମହାନ୍ତ ଏବଂ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଜ୍ୟର  ୯ ଜିଲ୍ଲାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନେଇଛି କୁଡୁମୀ ସେନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.