Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଯୋଜନା ନା ଦୁର୍ନୀତି : ଲକ୍ଷାଧିକ ଟଙ୍କାରେ ଲାଗୁଛି ଗଛ, ହେଲେ ରକ୍ଷାଣବେକ୍ଷଣ ଅଭାବରୁ ହେଉଛି ନଷ୍ଟ

22/04/2021 at 12:43 PM

ଚଣ୍ଡିଖୋଲ ୨୨।୦୪: ମନରେଗା ଯୋଜନା ମାଧ୍ୟମରେ ସରକାର  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ପଞ୍ଚାୟତ ମାନଙ୍କରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ବୃକ୍ଷରୋପଣ କରାଯାଉଛି। ହେଲେ ରକ୍ଷାଣବେକ୍ଷଣ ଅଭାବରୁ ଗଛ ଗୁଡ଼ିକ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।  ଯାଜପୁର ଜିଲ୍ଲା ବଡଚଣା ବ୍ଲକରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

ବୃକ୍ଷରୋପଣ ବାବଦକୁ ଲାଗିଛି ଗୋଟିଏ ପରେ ଗୋଟିଏ ଫଳକ। ମନରେଗା ମାଧ୍ୟମରେ କରଯାଇଛି ବୃକ୍ଷରୋପଣ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କାଇମାଟିଆ ପଞ୍ଚାୟତର ଚିତ୍ର ପୁରା ଅଲଗା । ବିରିଜଙ୍ଗା ଖେଳପଡ଼ିଆ ଚାରି ପଶ୍ଵ ଓ ରାସ୍ତା କଡ଼ରେ ବୃକ୍ଷରୋପଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ନେଇ ଗୋଟିଏ ପରେ ଗୋଟିଏ ଫଳକ ଲାଗିଛି । ବାସ୍ତବ ଚିତ୍ର ହେଉଛି ,  କେଉଁଠି ଗଛ ସୁରକ୍ଷା ପାଇଁ ବାଉଁଶ ଘୋଡ଼ିଆ ଗୁଡ଼ିକ ଭାଙ୍ଗି ତଳେ ପଡ଼ିଛି , ତ ଆଉ  କେଉଁଠି ଗଛ ରକ୍ଷଣାବେକ୍ଷଣ  ଅଭାବରୁ ମରିଗଲାଣି। ବୃକ୍ଷ ରୋପଣ କରାଯାଉଛି ହେଲେ ଏହାର ରକ୍ଷଣା ବେକ୍ଷଣ ହେଉ ନଥିବାରୁ ଏହି ଭଳି ଭାବେ ଗଛ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଲୋକେ।

କେବଳ କାଇମାଟିଆ ପଂଚାୟତ ନୁହେଁ ସାଉଡିଆ ପଂଚାୟତରେ ମଧ୍ୟ  ସମାନ ଅବସ୍ଥା । ଶ୍ମଶାନ ପଡିଆରେ ଲଗାଯାଇଥିବା ଗଛ ଗୁଡ଼ିକ ନଷ୍ଟ ହୋଇଗଲାଣି। ପଞ୍ଚାୟତକୁ ସବୁଜ ସୁନ୍ଦର କରିବା ସହ ପରିବେଶ ସୁରକ୍ଷା ଦିଗରେ ବୃକ୍ଷ ରୋପଣ ମାଧ୍ୟମରେ ଲକ୍ଷ୍ୟ ଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବୃକ୍ଷ ରୋପଣ କରି କାମ ସାରି ଦେଇଛନ୍ତି ବିଭାଗୀୟ ଅଧିକାରୀ। ଗଛ ଠିକ୍ ଭାବେ ରକ୍ଷଣ ବେକ୍ଷଣ ହେଉ ନଥିବାରୁ ଏହି ଭଳି ଭାବେ ଗଛ ଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts