Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଗହଣା କିଣିବା ଲୋକଙ୍କ ଉପରେ ରହିବ ସରକାରଙ୍କ ନଜର, ଦେଖାଇବାକୁ ହେବ ପାନ୍-ଆଧାର : ସମ୍ଭାବ୍ୟ ନିୟମ ନେଇ ଚିନ୍ତାରେ ଜୁଏଲର୍ସ

7/01/2021 at 1:30 PM

ନୂଆଦିଲ୍ଲୀ ୭।୧: ସୁନା କିଣିବାକୁ ଯାଉଛନ୍ତି କି, ସାଥିରେ ନେଇ ଯାଆନ୍ତୁ KYC କାଗଜପତ୍ର । KYC କାଗଜପତ୍ର ଯେପରିକି ପାନ୍ ଓ ଆଧାରର କାର୍ଡ ନେଇ ଯାଆନ୍ତୁ । ୨ ଲକ୍ଷରୁ କମ୍ ଟଙ୍କାର ସୁନାଗହଣା କିଣିବା ବେଳେ ଏବେ ସୁନା ଦୋକାନୀମାନେ KYC କାଗଜପତ୍ର ମାଗୁଛନ୍ତି । ସୁନା ଦୋକାନୀମାନେ ଡରୁଛନ୍ତି ଯେ, ସରକାର ଚଳିତ ବଜେଟ୍ ରେ ସମସ୍ତ କ୍ୟାସ୍ ନେଣଦେଣ ଉପରେ KYC ବାଧ୍ୟତାମୂଳକ କରିପାରନ୍ତି । ଏବେ ୨ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା କ୍ରୟ କରିବା ବେଳେ KYC ଅନିର୍ବାଜ୍ୟ ରହିଛି ।

ବର୍ତ୍ତମାନ ସୁନା ବ୍ୟତୀତ ସମସ୍ତ ସମ୍ପତ୍ତି ନେଣଦେଣ ବେଳେ KYC କାଗଜପତ୍ର ଅନିର୍ବାଜ୍ୟ ରହିଛି । ୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନାଗହଣା କ୍ରୟ ବେଳେ KYC କାଗଜପତ୍ର ଜରୁରୀ ହୋଇଥାଏ । ୨ ଲକ୍ଷରୁ କମ୍ କ୍ରୟ ଉପରେ KYC ଆବଶ୍ୟକ ହୋଇନଥାଏ । ସରକାର ସୁନାକୁ ମଧ୍ୟ ସେୟାର, ମ୍ୟୁଚୁଆଲ ଫଣ୍ଡ୍‌ସ ଏବଂ ରିୟଲ ଇଷ୍ଟେଟ ଭଳି ଆସେଟ୍ କ୍ଲାସ୍ ଭଳି କରିବାକୁ ଚାହୁଁଛନ୍ତି ।

ବିଜିନେସ୍ ଡେଲି ଅନୁସାରେ ସରକାର ସୁନାକୁ ଏକ ଆସେଟ୍ କ୍ଲାସ୍ ପ୍ରସ୍ତୁତ କରିବାକୁ ଖୁବ୍ ଶୀଘ୍ର ଏକ ବିସ୍ତୃତ ଗୋଲ୍ଡ ପଲିସି ଆଣିବାକୁ ଯାଉଛନ୍ତି । ଏହାର ଅର୍ଥ ସୁନା ଏବେ ‘undisclosed treasure’ ଶ୍ରେଣୀରେ ଆସିବନାହିଁ, ଯାହାକୁ ଆପଣ କାହାକୁ ଲୁଚାଇପାରିବେ ବରଂ ଏକ ଲକଜୁରୀ ଏବଂ ନିବେଶ ଆଧାରରେ ଦେଖାଯିବ । ଭାରତରେ ବର୍ଷକୁ ୮୦୦-୮୫୦ ଟନ୍ ସୁନା ଆବଶ୍ୟକ ଥାଏ ।

   Related Posts