ଯୋଜନାବଦ୍ଧ ଆକ୍ରମଣ: ୫ ଆହତ, ୫ ଗିରଫ

Published By : Prameya-News7 Bureau | September 27, 2020 IST

ସୋର୨୭/୯: ଯୋଜନାବଦ୍ଧ ଆକ୍ରମଣ, ୫ ଆହତ, ଗିରଫ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାରାହାପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘୋଷ ପରିବାରର ୧୫ ଜଣ ମିଶି ଭରତ ଦତ୍ତଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ । ଭରତ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଏବଂ ତାଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯାହାକୁ ନେଇ ଦତ୍ତ ପରିବାର ଉପରେ ଅନ୍ୟ ଗୋଷ୍ଠୀ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସିମୁଳିଆ ପୋଲିସ ଘୋଷ ପରିବାରର ୫ଜଣ ଙ୍କୁ ଗିରଫ କରିଥିଲା ବେଳେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି । ଗିରଫ ବ୍ୟକ୍ତିମାନେ ହେଲେ କୈଳାସ ଘୋଷ, ପ୍ରଫୁଲ୍ଲ ମାଝି , ବଳରାମ ସାହୁ , ମଣ୍ଟୁ ମାଝୀ ଓ ଦନ ଘୋଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.