ଡିସେମ୍ବର ମାସରେ ରାଶି ବଦଳାଇବେ ଏହି ୪ଟି ଗ୍ରହ: କ’ଣ ରହିବ ପ୍ରଭାବ ଜାଣନ୍ତୁ

Published By : Prameya-News7 Bureau | November 29, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ୨୦୧୯ ମସିହା ଡିସେମ୍ବର ମାସରେ  ୪ଟି ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିବେ। ଗ୍ରହମାନଙ୍କର ରାଶି ପରିବର୍ତ୍ତନ ଯୋଗୁଁ ମନୁଷ୍ୟ ଜୀବନ ଉପରେ ଅନେକ ପ୍ରଭାବ ପଡ଼ିଥାଏ। ଡିସେମ୍ବର ମାସରେ ବୁଧ, ଶୁକ୍ର, ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିବେ।

ଡିସେମ୍ବର ୫ ତାରିଖରେ ବୁଧ ନିଜର ସ୍ଥାନ ପରିବର୍ତ୍ତନ କରି ବିଛା ଓ ତୁଳା ରାଶିରେ ପ୍ରବେଶ କରିବେ। ଡିସେମ୍ବର ୧୫ ତାରିଖରେ ଶୁକ୍ର ସ୍ଥାନ ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ। ସେହିପରି ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ସ୍ଥାନ ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିବେ। ଡିସେମ୍ବର ୨୫ ତାରିଖରେ ମଙ୍ଗଳ ଗ୍ରହ ସ୍ଥାନ ପରିବର୍ତ୍ତନ କରି ବିଛା ରାଶିରେ ପ୍ରବେଶ କରିବେ। ଏଥିସହ ଡିସେମ୍ବର ୨୫ ତାରିଖରେ ବୁଧ ଗ୍ରହ ସ୍ଥାନ ପରିବର୍ତ୍ତନ କରି ଧନୁ ରାଶିରେ ମଧ୍ୟ ପ୍ରବେଶ କରିବେ।

ଗ୍ରହମାନଙ୍କର ରାଶି ପରିବର୍ତ୍ତନରେ ଅନେକ ପ୍ରଭାବ ଦେଖାଇ ଯାଇଥାଏ। ମକର ରାଶିର ବ୍ୟକ୍ତିମାନେ ଶୁଭ କାର୍ଯ୍ୟରେ ସଫଳ ହେବେ। ଅତି ସହଜରେ କଠିନ କାର୍ଯ୍ୟକୁ ହାସଲ କରିବେ। ସେହିପରି ବିଛା ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ଯୋଗ ରହିଛି। ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ତେଣୁ ଏହି ରାଶିର ବ୍ୟକ୍ତିମାନେ କୌଣସି କାର୍ଯ୍ୟ କରିବା ପୂର୍ବରୁ ବୁଝି ବିଚାରି କରିବା ଉଚିତ୍। ସେହିପରି ତୁଳା ରାଶିର ବ୍ୟକ୍ତିମାନେ ବିବାଦରେ ଛନ୍ଦି ହେବେ। ଚଳିତ ବର୍ଷ ଡିସେମ୍ବର ମାସରେ ସବୁ ରାଶିରେ ଭଲ ଓ ଖରାପ ଲାଗି ରହିଛି। ରାଶି ସଂପର୍କ​‌ରେ ମନରେ କୌଣସି ସନ୍ଦେହ ଥିଲେ ତେବେ ଜ୍ୟୋତିଷମାନଙ୍କୁ ଆପଣଙ୍କ ଜାତକ ଦେଖାଆନ୍ତୁ। କୌଣସି ସମସ୍ୟା ଥିଲେ ତାହାର ସମାଧାନର ରାସ୍ତା ନିଶ୍ଚିତ ବାହାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.