Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚଳିତ ମାସରେ ୯ରୁ ୫ଟି ଗ୍ରହ ପରିବର୍ତ୍ତନ କରିବେ ରାଶି : ଏହି ସବୁ କାମ କଲେ ମିଳିବ ଶୁଭ ଖବର

3/02/2020 at 11:45 AM

୨୦୨୦ମସିହାର ଦ୍ବିତୀୟ ମାସ ଫେବୃୟାରୀ ମାସ ଆରମ୍ଭ ହୋଇଯାଇଛି। ଏହି ମାସରେ ୯ରୁ ୫ଟି ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ,ବୁଧ ଏବଂ ଶୁକ୍ର ଏହି ୫ଟି ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଗୁରୁ,ଶନି ଏବଂ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବ ନାହିଁ। ଗ୍ରହରେ ରାଶି ପରିବର୍ତ୍ତନ କରିବାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଫେବୃୟାରୀ ୨୦୨୦ମସିହାରେ କେବେ ଏବଂ କେଉଁ ରାଶି ପରିବର୍ତ୍ତନ କରୁଛି।

ସୂର୍ଯ୍ୟ : ଗ୍ରହମାନଙ୍କ ରାଜା ସୂର୍ଯ୍ୟ ମାସ ଆରମ୍ଭରୁ ମକର ରାଶିରେ ଅଛନ୍ତି। ଫେବୃୟାରୀ ୧୩ତାରିଖରୁ ଏହି ଗ୍ରହ ମକରରୁ କୁମ୍ଭ ରାଶିରେ ପ୍ରବେଶ କରିବେ। ଫେବୃୟାରୀ ୧୩ତାରିଖରେ କୁମ୍ଭ ସଂକ୍ରାନ୍ତି ପଡ଼ୁଛି।

 ଚନ୍ଦ୍ର : ମାସ ଆରମ୍ଭରୁ ଏହି ଗ୍ରହ ମେଷ ରାଶିରେ ଅଛନ୍ତି। ଫେବୃୟାରୀ ୨ତାରିଖ ରାତିରେ ଚନ୍ଦ୍ର ,ବୃଷ ରାଶିରେ ପ୍ରବେଶ କରିବେ। ଫେବୃୟାରୀ ୫ତାରିଖ ସକାଳେ ମିଥୁନ ରାଶିରେ ପ୍ରବେଶ କରିବେ। ଏହା ପରେ ଚନ୍ଦ୍ର ପ୍ରତି ଅଢ଼େଇ ଦିନରେ ରାଶି ପରିବର୍ତ୍ତନ କରିବେ।

ମଙ୍ଗଳ : ମାସ ଆରମ୍ଭରୁ ମଙ୍ଗଳ,ବିଛା ରାଶିରେ ଅଛନ୍ତି। ଫେବୃୟାରୀ ୭ତାରିଖରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବେ।

ବୁଧ : ମାସ ଆରମ୍ଭରୁ ବୁଧ କୁମ୍ଭ ରାଶିରେ ଅଛନ୍ତି।

ଗୁରୁ : ମାସ ଆରମ୍ଭରୁ ଏହି ଗ୍ରହ ଧନୁ ରାଶିରେ ରହିବେ। ଏହାର ରାଶି ପରିବର୍ତ୍ତନ ହେବ ନାହିଁ।

ଶୁକ୍ର : ଏବେ ଏହି ଗ୍ରହ କୁମ୍ଭ ରାଶିରେ ଅଛନ୍ତି। ଫେବୃୟାରୀ ୨ତାରିଖ ରାତିରେ ଏହି ଗ୍ରହ ମୀନ ରାଶିରେ ପ୍ରବେଶ କରିବେ। ଏହା ପରେ ଫେବୃୟାରୀ ୨୮ତାରିଖରେ ଶୁକ୍ର,ମେଷ ରାଶିକୁ ଯିବ।

ଶନି : ଶନି ମକର ରାଶିରେ ରହିବେ।

ରାହୁ-କେତୁ : ଫେବୃୟାରୀ ମାସରେ ଏହି ଦୁଇଟି ଗ୍ରହ ରାଶି ପରିବର୍ତ୍ତନ କରିବେ ନାହିଁ। ରାହୁ ମିଥୁନ ରାଶିରେ ରହିବ ଏବଂ କେତୁ ଧନୁ ରାଶିରେ ରହିବ।

କେଉଁ କେଉଁ ଶୁଭ କାମ କରିବେ :

  • ଚନ୍ଦ୍ରଙ୍କ ପାଇଁ ପ୍ରତିଦିନ ସକାଳେ ଶୀଘ୍ର ଉଠିବେ ଏବଂ ଶିବଲିଙ୍ଗରେ ଚାନ୍ଦିର ଲୋଟା ଦ୍ବାରା କ୍ଷୀର ଅର୍ପଣ କରିବେ।
  • ସୂର୍ଯ୍ୟଙ୍କ ପାଇଁ ସକା​ଳେ ଶୀଘ୍ର ଉଠି ସ୍ନାନ ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ।
  • ମଙ୍ଗଳ ପାଇଁ ଶିବଲିଙ୍ଗ ଉପରେ ଲାଲ ରଙ୍ଗ ଏବଂ ମସୁର ଡାଲି ଦିଅନ୍ତୁ।
  • ବୁଧ ପାଇଁ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ। ପ୍ରତି ବୁଧବାର ଦୁବ ପ୍ରଦାନ କରନ୍ତୁ।
  • ଗୁରୁ ଗ୍ରହ ପାଇଁ ଶିବଲିଙ୍ଗ ଉପରେ ଚଣା ଡାଲି ଏବଂ ବେସନର ଲଡ଼ୁ ଚଢ଼ାନ୍ତୁ।
  • ଶୁକ୍ର ପାଇଁ ଶିବଲିଙ୍ଗ ଉପରେ କ୍ଷୀର ଚଢ଼ାନ୍ତୁ।
  • ଶନି,ରାହୁ,କେତୁଙ୍କ ପାଇଁ ହନୁମାନଙ୍କ ପୂଜା କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

   Related Posts