Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶରୀରର କେଉଁ ସ୍ଥାନର ଅଧିପତି କେଉଁ ଗ୍ରହ ଓ ରାଶି ଏବଂ ଏହାର ପ୍ରଭାବ କଣ ଜାଣନ୍ତୁ

26/04/2019 at 1:17 PM

ଭୁବନେଶ୍ୱର ୨୬/୪ : ସୌରମଣ୍ଡଳରେ ୯ଟି ଗ୍ରହ ରହିଛନ୍ତି | ଆମ ଜୀବନରେ ପ୍ରତ୍ୟେକ ଗ୍ରହର କିଛି ନା କିଛି ପ୍ରଭାବ ରହିଥାଏ | ଏହି ଗ୍ରହ ମାଧ୍ୟମରେ ମଣିଷର ଜନ୍ମ କୋଷ୍ଠୀ ପ୍ରସ୍ତୁତ କରାଯାଇଥାଏ | ମଣିଷ ଶରୀରରେ ମଧ୍ୟ ଏହି ଗ୍ରହମାନଙ୍କ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି | ସ୍ଥାନ ଅନୁଯାୟୀ ଗ୍ରହ ମଣିଷ ଜୀବନକୁ ପ୍ରଭାବିତ କରିଥାଏ | ଆସନ୍ତୁ ଜାଣିବା କେଉଁ ଗ୍ରହର ସ୍ଥିତି କେଉଁଠି ଏବଂ ଏହାର ପ୍ରଭାବ :


ରବି : ରବିଙ୍କ ସ୍ଥାନ ମଣିଷର ମସ୍ତିସ୍କ ଭାଗରେ ଥାଏ | ପୌରାଣିକ ବିଶ୍ୱାସ ଅନୁଯାୟୀ, ମସ୍ତିସ୍କରେ ରବିଙ୍କ ଅଧିକାର ଥିବା କୁହାଯାଏ | ମେଷ ରାଶିରେ ରବିଙ୍କ ସ୍ଥାନ ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ | ଅପରପକ୍ଷରେ ରବିଙ୍କ ସ୍ଥାନ ତୁଳା ରାଶିରେ ନୀଚ ଥିବା ଯୋଗୁଁ ତାହା ଅଶୁଭ ଫଳ ଦେଇଥାଏ |


ଚନ୍ଦ୍ର : ମନୁଷ୍ୟର ମନ, ଶରୀରର ଜଳୀୟ ଅଂଶ , ଫୁସଫୁସ ଏବଂ ଇଛାଶକ୍ତି ଉପରେ ଚନ୍ଦ୍ରଙ୍କ ପ୍ରଭାବ ରହିଥାଏ | ବୃଷ ରାଶି ଚନ୍ଦ୍ରଙ୍କ ଉଚ୍ଚ ସ୍ଥାନ ହୋଇଥିବା ଯୋଗୁଁ ଚନ୍ଦ୍ର ଏଠାରେ ଶୁଭ ଫଳ ଦେଇଥାନ୍ତି | ବିଛା ରାଶିରେ ଚନ୍ଦ୍ରଙ୍କ ସ୍ଥିତି ନୀଚ ହୋଇଥିବାରୁ ତାହା ଅଶୁଭ ଫଳ ଦେଇଥାଏ |


ମଙ୍ଗଳ : ମଣିଷର ଆଖି ଏବଂ ରକ୍ତ ଉପରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ | ମଙ୍ଗଳଙ୍କ ସ୍ଥିତି ଭଲ ନଥିଲେ, ଆଖି, ରକ୍ତ, କଣ୍ଠକୁ ପ୍ରଭାବିତ କରିଥାଏ | କର୍କଟ ରାଶିରେ ମଙ୍ଗଳଙ୍କ ସ୍ଥିତି ନୀଚ ଥିବା ଯୋଗୁଁ ଏହା ଅଶୁଭ ହୋଇଥାଏ | ଅପରପକ୍ଷରେ ମକର ରାଶିରେ ମଙ୍ଗଳଙ୍କ ସ୍ଥିତି ଉଚ୍ଚ ଯୋଗୁଁ ଶୁଭ ଫଳ ଦେଇଥାଏ |


ବୁଧ : ବୁଧ ମିଥୁନ ଏବଂ କନ୍ୟା ରାଶିର ସ୍ୱାମୀ | ବୁଧଙ୍କ ସ୍ଥାନ ଶରୀରର ପାଚନ ତନ୍ତ୍ର, ବାୟୁ, ଜିଭ, ଦାନ୍ତ ଏବଂ ଚର୍ମରେ ଥାଏ | କନ୍ୟା ରାଶିରେ ବୁଧଙ୍କ ସ୍ଥାନ ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ | ମୀନ ରାଶିରେ ବୁଧ ନୀଚ ସ୍ଥାନରେ ଥିବା ଯୋଗୁଁ ଅଶୁଭ ଫଳ ଦେଇଥାଏ |


ଗୁରୁ : ଗୁରୁର ପ୍ରଭାବ ଶରୀରର ନାକ ଓ ବାୟୁରେ ପଡିଥାଏ | ଗୁରୁଙ୍କ ପ୍ରଭାବ ଭଲ ନଥିଲେ ପିତ୍ତ ଏବଂ ଚର୍ବି ସମ୍ବନ୍ଧୀୟ ରୋଗ ହୋଇଥାଏ | କର୍କଟ ରାଶିରେ ଗୁରୁଙ୍କ ସ୍ଥିତି ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ | କିନ୍ତୁ ମକର ରାଶିରେ ଗୁରୁଙ୍କ ସ୍ଥିତି ନୀଚରେ ଥିବା ଯୋଗୁଁ ଅଶୁଭ ଫଳ ଦେଇଥାଏ |


ଶୁକ୍ର : ଶୁକ୍ର ଗ୍ରହଙ୍କ ସ୍ଥିତି ଭଲ ଥିଲେ ମଣିଷ ଆକର୍ଷକ ହୋଇଥାଏ | ଏହା ଶରୀରର ଚର୍ମ, ବୀର୍ଯ୍ୟ ଏବଂ ଗୁପ୍ତ ଅଙ୍ଗରେ ପ୍ରଭାବ ପକାଇଥାଏ | ଶୁକ୍ର ମୀନ ରାଶିରେ ନୀଚ ସ୍ଥାନରେ ଥାଇ ମଧ୍ୟ ଶୁଭ ଫଳ ଦେଇଥାନ୍ତି | କିନ୍ତୁ ଶୁକ୍ର କନ୍ୟା ରାଶିରେ ନୀଚ ସ୍ଥାନରେ ଥାଇ ଅଶୁଭ ଫଳ ଦେଇଥାନ୍ତି | ତୁଳା ୋ ବୃଷ ରାଶି ଶୁକ୍ରଙ୍କ ଉଚ୍ଚ ସ୍ଥାନ ।


ଶନି : ଶନି ଗ୍ରହଙ୍କ ପ୍ରଭାବ ଶରୀରର ହାଡ ଏବଂ ନାଭିରେ ପଡିଥାଏ | ଯଦି ଶରୀରରେ ହାଡ ଏବଂ ନାଭିର ଅବସ୍ଥା ଭଲ ନାହିଁ ତାହେଲେ ଜାଣିବେ ଆପଣଙ୍କ ଶନି ଗ୍ରହ ଭଲ ନାହିଁ | ଏହାସହ ଶନି ଆଣ୍ଠୁ, ଗଣ୍ଠି, ଏଡି, କଫ ଏବଂ ସ୍ନାୟୁ ତନ୍ତ୍ରରେ ମଧ୍ୟ ପ୍ରଭାବ ପକାଇଥାଏ | ମେଷ ରାଶିରେ ଶନିଙ୍କ ସ୍ଥାନ ନୀଚ ହୋଇଥିବା ଯୋଗୁଁ ଅଶୁଭ ହୋଇଥାଏ | ତୁଳା ରାଶିରେ ଶନିଙ୍କ ସ୍ଥିତି ଉଚ୍ଚରେ ଥିବା ଯୋଗୁଁ ଶୁଭ ଫଳ ଦେଇଥାଏ |

   Related Posts