ଲ୍ୟାଣ୍ଡିଂ ପୂର୍ବରୁ ନିଖୋଜ ହୋଇଗଲା ବିମାନ, ଥିଲେ ୨୨ ଯାତ୍ରୀଙ୍କ ସହିତ ୬ ଜଣ କ୍ର୍ୟୁ ସଦସ୍ୟ

Published By : Prameya-News7 Bureau | July 06, 2021 IST

ମସ୍କୋ, ୬/୭ : ପୂର୍ବ ଋଷରେ ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ବିମାନ ସିହତ ଯୋଗାଯୋଗ ହୋଇପାରିନଥିବାରୁ ବିମାନଟି କେଉଁଆଡ଼େ ନିଖୋଜ ହୋଇଯାଇଛି ବା କେଉଁଠି ଦୁର୍ଘଟଣା ଘଟି ଜଳି ଯାଇଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ ଲ୍ୟାଣ୍ଡିଂ ସମୟରେ କଣ୍ଟ୍ରୋଲ ରୁମ ସହିତ ବିମାନର ଯୋଗଯୋଗ ହୋଇପାରିନଥିଲା । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ପେଟ୍ରୋପାଭ୍ଲୋଭସ୍କ-କାମଚାଟସ୍କିରୁ ଉପଦ୍ୱୀପର ଉତ୍ତର ଭାଗରେ ଥିବା ପାଲାନା ଆଡ଼କୁ ଯାଉଥିବା ବେଳେ ବିମାନଟି କଣ୍ଟ୍ରୋଲ୍‌ ରୁମ୍‌ ସହିତ ସମ୍ପର୍କ ହରାଇଛି । ଏଥିରେ ୨୨ ଜଣ ଯାତ୍ରୀ ରହିଥିବା ବେଳେ ୬ ଜଣ କ୍ର୍ୟୁ ମେମ୍ୱର ରହିଥିବା ଜଣାପଡ଼ିଛି ।

wp:html /wp:html

ବିମାନ ନମ୍ୱର ଥିବା AN_26 ଋଷର ପେଟ୍ରୋପାଭଲୋସରୁ ପାଲାନା ଅଭିମୁଖେ ଯାଉଥିଲା । ସେତେବେଳେ ବିମାନଟି ସମ୍ପର୍କ ହରାଇଥିଲା । Russian ନ୍ୟୁଜ୍ ଏଜେନ୍ସି ତାସ୍ ଅନୁଯାୟୀ ବିମାନଟି ଅବତରଣ କରିବାକୁ ଯାଉଥିବାବେଳେ କଣ୍ଟ୍ରୋଲ୍ ରୁମ୍ ସହିତ ସମ୍ପର୍କ ହରାଇଥିଲା । ତେବେ ଉକ୍ତ ଅଞ୍ଚଳକୁ ରେସ୍କ୍ୟୁ ଟିମ୍ ଉଦ୍ଧାର ପାଇଁ ପଠାଯାଇଥିବା ଋଷ୍‌ ବିମାନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.