Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୮୦ ଯାତ୍ରୀ

8/01/2020 at 9:04 AM

ତେହରାନ ୮।୧: ଆମେରିକା ଏବଂ ଇରାନ୍ ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଇରାନ୍‌ର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନି ବିମାନ ବନ୍ଦରରେ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୭୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏଥିରେ ମୋଟ୍ ୧୮୦ ଯାତ୍ରୀଥିଲେ ।

ଇରାନୀ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନଟି କ୍ରାସ୍ ହୋଇଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଇଂ ୭୩୭ ବିମାନଟି ୟୁକ୍ରେନିଆନ ଏୟାରଲାଇନସ୍‌ର ବୋଲି ଜଣାପଡିଛି । ଇରାନରେ ଏବେ ଅସ୍ଥିରତା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ଏପରି ଏକ ଦୁର୍ଘଟଣା ଘଟିଛି । ଏହି ସ୍ଥିତି ସହ ବିମାନ ଦୁର୍ଘଟଣାର ସଂପର୍କ ଥିବା ସନ୍ଦେହ କରାଯାଉଛି, ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି ।

   Related Posts