ଅଳ୍ପକେ ବର୍ତ୍ତିଲେ ୯ ଯାତ୍ରୀ, ରନ୍-ୱେରୁ ଖସିଗଲା ବିମାନ

Published By : Prameya-News7 Bureau | March 20, 2020 IST

ପିଥୋରାଗଡ ୧୯।୩: ଉତ୍ତରାଖଣ୍ଡ ପିଥୋରାଗଡ ନୈନିସୈନୀ ବିମାନ ବନ୍ଦରରେ ଶୁକ୍ରବାର ଏକ ବଡ ବିମାନ ଦୁର୍ଘଟଣା ଅଳ୍ପକେ ଟଳିଥିବା ଜଣାପଡିଛି। ଫଳରେ ବିମାନର ପାଇଲଟ, ସହ ପାଇଲଟ ଓ ସମସ୍ତ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଥିବା ଜଣାପଡିଛି। ଅପରାହ୍ନ ପ୍ରାୟ ୪ଟା ବେଳେ ବିମାନ ଅବତରଣ କରୁଥିବା ବେଳେ ରନ-ୱେରୁ ଖସିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ଗାଜିଆବାଦ ହିଣ୍ଡନରୁ ଯାତ୍ରୀଙ୍କୁ ନେଇ ହେରିଟେଜ୍ ଏୟାରପୱେଜ୍‌ର ବିମାନ ପିଥୋରାଗଡ ଫେରୁଥିଲା। ରନୱେରେ ସୁରକ୍ଷିତ ଅବତରଣ କରିବା ପରେ ମୋଡରେ ବୁଲୁଥିବା ବେଳେ ଅଚାନକ ସନ୍ତୁଳନ ହରାଇ ଡାହାଣପଟକୁ  ଚାଲିଯାଇଥିଲା। ଫଳରେ ଲ୍ୟାଣ୍ଡି କରି କ୍ରାସ୍ ହେଉ ହେଉ ବିମାନଟି ଅଳ୍ପକେ ବର୍ତ୍ତିଯାଇଛି।

ତେବେ ବିମାନଟି ରନୱେରୁ ପ୍ରାୟ ୫ ମିଟର କଚ୍ଚା ରନୱେ ଆଡକୁ ଚାଲିଯାଇ ଅଟକି ଯାଇଥିଲା। ତେବେ ଏଥିରେ ବିମାନ ସମେତ ସମସ୍ତ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ସୁରକ୍ଷିତ ଥିବା ଏୟାରପୋର୍ଟ ମ୍ୟାନେଜର ଓ ଏସଡିଏମ ତୁଷାର ସୈନି କହିଛନ୍ତି। ହିଣ୍ଡନ ଓ ପିଥୋରାଗଡ ମଧ୍ୟରେ ଯାତ୍ରୀ ସେବା ଯୋଗାଇଦେଉଥିବା ଏହା ଏକମାତ୍ର ୯ ସିଟର ବିମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.