ଘରେ ପାର୍ଟି ଚାଲିଥିବାବେଳେ ନିୟନ୍ତ୍ରଣ ହରାଇ ଘର ଉପରେ ପଡିଗଲା ପ୍ଲେନ ; ୪ ମୃତ

Published By : Prameya-News7 Bureau | February 05, 2019 IST

ଆମେରିକାର କାଲିଫର୍ନିଆରେ ଏକ ପ୍ଲେନ ଅଚାନକ ଜଣକ ଘର ଉପରେ କ୍ରାସ ହୋଇଗଲା | ପ୍ଲେନ କ୍ରାସ ହେବାରୁ ଘରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି | ଦୁର୍ଘଟଣାରେ ପ୍ଲେନ ଉଡ଼ୁଥିବା ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି |

{"id":82144}


ଲସ ଏଞ୍ଜେଲସ ନିକଟସ୍ଥ ୟୋରବା ଲିଣ୍ଡା ଉପରେ ଉଡୁଥିବା ପ୍ଲେନ Cessna 414A ରବିବାର ଦିନ ଅଚାନକ ନିୟନ୍ତ୍ରଣ ହରାଇ ଦେଇଥିଲା | ଯାହାଫଳରେ ପ୍ଲେନରେ ସଂଗେ ସଂଗେ ନିଆଁ ଲାଗିଯାଇଥିଲା | ଏହାପରେ ପ୍ଲେନଟି ଯାଇ ଜଣକ ଘର ଉପରେ ପଡିଥିଲା | ଘର ଉପରେ ପଡିବା ଯୋଗୁଁ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା |

{"id":82145}


ପଡୋଶୀଙ୍କ କହିବାନୁଯାୟୀ, ଯେତେବେଳେ ଦୁର୍ଘଟଣା ଘଟିଥିଲା ସେତେବେଳେ ସେହି ଘରେ ଏକ ପାର୍ଟି ଚାଲିଥିଲା | ପାର୍ଟି ଚାଲିଥିବା ବେଳେ ଦୁର୍ଘଟଣ ଘଟିଥିଲା | ପ୍ଲେନର କିଛି ଭଙ୍ଗା ଟୁକୁଡା ଆଖପାଖ ଘର ଉପରେ ମଧ୍ୟ ପଡିଥିଲା | କିନ୍ତୁ ଅନ୍ୟ ଘରର କୌଣସି କ୍ଷତି ଘଟିନଥିଲା | ପ୍ଲେନ ଘର ଉପରେ ପଡିବା ପରେ କିଛି ଲୋକେ ନିଜ ଜୀବନ ରକ୍ଷା କରି ଏପଟେ ସେପଟେ ଦୌଡ଼ିଥିଲେ |

{"id":82146}


ସୂଚନାଯୋଗ୍ୟ ଯେ, ଦୁର୍ଘଟଣାଗ୍ରସ୍ତ ପ୍ଲେନ ୧୯୮୧ ମସିହାରେ ତିଆରି ହୋଇଥିଲା | ପ୍ଲେନର ରେଜିଷ୍ଟ୍ରେସନ ଏବେ ଯାଏଁ ବାକି ଥିଲା | ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ମଧ୍ୟ ଅଛନ୍ତି | ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୨ ମହିଳା ଅଛନ୍ତି |

{"id":82147}


ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁଇ ଇଂଜିନ ବିଶିଷ୍ଟ ଏହି ପ୍ଲେନକୁ ଜଣେ ଅବସରପ୍ରାପ୍ତ ପୋଲିସ ଅଫିସର ଉଡ଼ୁଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.