Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ପାକିସ୍ତାନ ବିମାନ ଦୁର୍ଘଟଣାରେ ଚୀନ୍ ଲିଙ୍କ୍, ଲିଜ୍‌ରେ ମିଳିଥିଲା ଏୟାରବସ୍ ଏ ୩୨୦

22/05/2020 at 5:56 PM

କରାଚି ୨୨।୦୫: ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ)ର ବିମାନ ଏୟାରବସ୍‌ ୩୨୦ କରାଚିର ଜିନ୍ନା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଏକ ଜନବହୁଳପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୯୯ ଯାତ୍ରୀଙ୍କ ସହିତ ୮ କ୍ରୁ ସଦସ୍ୟ ଥିଲେ। କୁହାଯାଉଛି ପାକିସ୍ତାନ ଚୀନର ଏକ ଘରୋଇ କମ୍ପାନୀ ତରଫରୁ ଏୟାରବସ୍ ଏ୩୨୦ ବିମାନକୁ ଲିଜ୍‌ରେ ନେଇଥିଲା।

ଡନ୍ ନ୍ୟୁଜ୍ ଅନୁଯାୟୀ, ବିମାନ ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା ଏବଂ ଅବତରଣର ଠିକ୍ ପୂର୍ବରୁ କରାଚିର ମୋଡେଲ୍‌ କଲୋନୀରେ ଖସି ପଡିଥିଲା। ବିମାନ ଖସି ପଡିବାରୁ ଅନେକ ଘରେ ନିଆଁ ଲାଗି ଯାଇଛି। ବିସ୍ଫୋରଣ ବହୁତ  ଜୋରଦାର ଥିଲା ଏବଂ ଦୁର୍ଘଟଣାସ୍ଥଳରୁ ଏମିତି ଧୂଆଁ ଉଠୁଥିଲା ଯେ, କିଛି ଦେଖା ଯାଉ ନଥିଲା।

ପାକିସ୍ତାନର ଫାୟର ବ୍ରିଗେଡ୍‌ର ଗାଡି ବହୁତ ମୁସ୍କିଲ ପରେ ନିଆଁକୁ ଆୟତ୍ତ କରିଛନ୍ତି। ଗଳି ସଂକୀର୍ଣ୍ଣ ହୋଇଥିବା କାରଣରୁ ଅଗ୍ନିଶମ ଗାଡିକୁ ଉଦ୍ଧାରକାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ  ହେବାକୁ ପଡିଛି। ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲକ୍‌ଡାଉନ୍ କାରଣରୁ ଦେଶରେ ଘରୋଇ ଉଡାଣ ବନ୍ଦ ରହିଥିଲା। ଗତ ଶନିବାରଠୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।  

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ଅନୁଯାୟୀ ବିମାନ କୌଣସି ଚୀନ୍ କମ୍ପାନୀଠୁ ଲିଜ୍‌ରେ ନିଆଯାଇଥିଲା। କିନ୍ତୁ ପାକିସ୍ତାନର ଏକ ନ୍ୟୁଜ୍ ଓ୍ଵେବ୍‌ସାଇଟ୍‌ ଦ ନେସନ ଅନୁଯାୟୀ, ଏୟାରବସ୍‌ ଏ ୩୨୦କୁ ପିଆଇଏ ନଭେମ୍ବର ମାସରେ ନିଜ କ୍ଲବରେ ସାମିଲ କରିଥିଲା। ୨୦୧୯ ନଭେମ୍ବର ୨୨ରେ ପ୍ରକାଶିତ ଏହି ସମ୍ବନ୍ଧିତ ଖବରରେ କୁହାଯାଇଛି ଯେ, ପାକିସ୍ତାନର ବେସାମରିକ ବିମାନ ଚଳାଚଳ ବିଭାଗ କୁଏତର ALAFCO ଏଭିଏସନ ଲିଜ୍‌ ଆଣ୍ଡ ଫାଇନାନ୍ସ କମ୍ପାନୀରୁ ବିମାନକୁ  ଲିଜ୍‌ରେ ନେଇଥିଲା।

ଖବର ଅନୁଯାୟୀ, ଲିଜ୍‌ରେ ମିଳିଥିବା ପ୍ରଥମ ବିମାନ କରାଚି ବିମାନ ବନ୍ଦରରେ ପହଞ୍ଚିଥିଲା। ସେହି ସମୟରେ କୁହାଯାଇଥିଲା, ବର୍ଷର ଶେଷ ସୁଦ୍ଧା ଆଉ ଏକ ବିମାନ ପାକିସ୍ତାନରେ ପହଞ୍ଚିଯିବ। ALAFCO  କୁଏତର ଏକ କମ୍ପାନୀ, ଯିଏ ବିମାନକୁ ଲିଜ୍‌ରେ ଦେବା କାରବାର କରିଥାଏ। ଏହି କମ୍ପାନୀରୁ ଚୀନ୍‌ ବିମାନ ନେଇଥିଲା ଏବଂ ପରେ ପାକିସ୍ତାନକୁ ଲିଜ୍‌ରେ ଦେଇଥିଲା।

ପାକିସ୍ତାନ ଏୟାରବସ୍‌ର ଓ୍ଵେବ୍‌ସାଇଟ୍‌ ଅନୁଯାୟୀ, ଏ୩୨୦ ବିମାନ ୧୯୮୪ରେ ଲଞ୍ଚିଂ ହୋଇଥିଲା। ଏହା ୧୯୮୭ ଫେବୃଆରୀ ୨୨ରେ ପ୍ରଥମ ଉଡାଣ ଭରିଥିଲା। ୧୯୮୮ରେ ସର୍ବ ପ୍ରଥମେ ଏୟାର ଫ୍ରାନ୍ସ ଏହାକୁ ନିଜ ବିମାନ କ୍ଲବରେ ସାମିଲ କରିଥିଲା।

   Related Posts