ହେଲିକେପ୍ଟରକୁ ଧକ୍କା ଦେଲା ବିମାନ : ୩ ମୃତ

Published By : Prameya-News7 Bureau | April 14, 2019 IST

କାଠମାଣ୍ଡୁ ୧୪/୪ : ନେପାଳରେ ଆଜି ଏକ ଦୁର୍ଘଟଣା ହୋଇଛି | ଏକ ହେଲିକେପ୍ଟର ଏବଂ ବିମାନ ପରସ୍ପରକୁ ଧକ୍କା ଦେଇଛନ୍ତି | ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି | ଲୁକଲା ବିମାନବନ୍ଦରରେ ଏକ ହେଲିକେପ୍ଟର ଛିଡା ହୋଇଥିଲା | ସେତେବେଳେ ଏକ ବିମାନ ଟେକ ଅଫ କରିବାର ଥିଲା | ବିମାନ ଟେକ ଅଫ ବେଳେ ହେଲିକପ୍ଟରକୁ ଧକ୍କା ଦେଇଥିଲା | ଦୁର୍ଘଟଣା ସକାଳ ୯ତା ବେଳେ ଘଟିଥିଲା | ଲୁକଲା ସ୍ଥିତ ତେନଜିଂଗ-ହେଲରି ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି |

{"id":103461,"width":578,"height":325}


ବିମାନ ଟେକ ଅଫ ବେଳେ ଭୁଲ ରାସ୍ତା ଦେଇ ଗତି କଲାବେଳେ ଛିଡା ହୋଇଥିବା ହେଲିକେପ୍ଟରକୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ହେଲିକେପ୍ଟରର ପାଇଲଟଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି | ସମସ୍ତ ଗୁରୁତରଙ୍କୁ କାଠମାଣ୍ଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

{"id":103459,"width":576,"height":324}


ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା | ଆଉ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି | ତେବେ ଗୁରୁତ୍ୱପୂର୍ଣ କଥା ହେଲା ଦୁର୍ଘଟଣା ବେଳେ ବିମାନରେ ଯାତ୍ରୀ ନଥିଲେ |

{"id":103460,"width":574,"height":343}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.