Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପୂର୍ବ କଙ୍ଗୋରେ ବିମାନ ଦୁର୍ଘଟଣା, ପାଇଲଟଙ୍କ ସମେତ ୩ ମୃତ

16/06/2021 at 6:32 PM

କାଭୁମୁ ୧୬।୬: ପୂର୍ବ କଙ୍ଗୋର କାଭୁମୁ ବିମାନ ବନ୍ଦରରେ ବୁଧବାର ଦୁର୍ଘଟଣା ଘଟିଛି।  ଉଡାଣ ଲାଗି ରନୱେରୁ ଆକଶକୁ ଉଠୁଥିବା ଏକ ବିମାନ ଅଚାନକ ବିମାନବନ୍ଦର ବାହାରେ ଖସିପଡିଛି।  ଫଳରେ ଏଥିରେ ଯାତ୍ରା କରୁଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଛି।  ରେଡିଓ ଓକାପି ଏହି ସୂଚନା ଦେଇଛି। ବିମାନରେ ପାଇଲଟ ତାଙ୍କ ସହଯୋଗୀ ଓ ଜଣେ ଯାତ୍ରୀ ଥିଲେ। ସ୍ଥାନୀୟ ସମୟ ପ୍ରାୟ ମଧ୍ୟାହ୍ନ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି।

ବିମାନଟି ସାବୁନ୍ଦା ଉଦ୍ଦେଶ୍ୟରେ କାଭୁମୁ ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର କିଛି ମିନିଟ୍‌ରେ ଖସିପଡିଥିବା ଓକାପି ରେଡିଓ ଏକ ଟ୍ୱିଟ୍‌ ବାର୍ତ୍ତାରେ ସୂଚିତ କରିଛି। ତେବେ ଦୁର୍ଘଟଣାର କାରଣ ଜଣାପଡି ନାହିଁ। ଘଟଣା ସ୍ଥଳକୁ ଦମକଳ ଓ ଅନ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛନ୍ତି। ସମସ୍ତ ମୃତକଙ୍କ ଶବ ଉଦ୍ଧାର କରାଯାଇଛି। ତେବେ ମୃତକଙ୍କ ସମ୍ପର୍କରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଥିବା ରେଡିଓ ସୂଚିତ କରିଛନ୍ତି।

   Related Posts