Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନୂଆବର୍ଷ ପୂର୍ବରୁ ସାରିଦିଅନ୍ତୁ ଏହି ୫ କାମ, ନହେଲେ ପଡିପାରନ୍ତି ଅସୁବିଧାରେ

16/11/2020 at 9:24 PM

ନୂଆଦିଲ୍ଲୀ ୧୬/୧୧ : କରୋନା ମହାମାରୀ କାରଣରୁ ସମସ୍ତେ ବର୍ଷ ୨୦୨୦ କିଭଳି ଯଲଦି ଯିବ ତାକୁ ଚାହିଁ ବସିଛନ୍ତି । ନୂଆ ବର୍ଷ ନୂଆ ଆଶା ନେଇ ଆସିବ ବୋଲି ସମସ୍ତେ ଭାବୁଛନ୍ତି । ଚଳିତ ବର୍ଷ କରୋନା ପାଇଁ ଅନେକ ଜୀବନ ଦୁର୍ବିସହ ହୋଇଯାଇଛି, ଅନେକ ଲୋକ ଜୀବିକା ହରାଇଛନ୍ତି । ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ଅନେକ ନିଜର ଜୀବନ ବୀମା ମଧ୍ୟ କରିଦେଉଛନ୍ତି । ଏହାରି ମଧ୍ୟରେ ଯଦି ଆପଣ ବି ଜୀବନ ବୀମା କରିବାକୁ ଭାବୁଥାନ୍ତି ତ କିଛି କଥାକୁ ନିଶ୍ଚୟ ଧ୍ୟାନ ଦେବାକୁ ପଡିବ ।

ଆୟକର ରିଟର୍ନ କରନ୍ତୁ

ଏହି ବର୍ଷ କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ କରୋନା ପାଇଁ ଆୟକର ସମୟ ସୀମା ବଢାଇ ଦେଇଛନ୍ତି । ଏହାର ସମୟ ସୀମା ୩୧ ଡିସେମ୍ଭର ୨୦୨୦ ଯାଏଁ ବୃଦ୍ଧି ପାଇଛି । ତେବେ ଆୟକର ରିଟର୍ନ ଦାଖଲ କରିବାକୁ ଭୁଲନ୍ତ ନାହିଁ, ନହେଲେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡିପାରେ ।  

ଆୟକର ଦାଖଲ କରିବା ପାଇଁ ନୂଆ ଏବଂ ପୁରୁଣା କର ବ୍ୟବସ୍ଥାକୁ ଆପଣାନ୍ତୁ

ଏଥର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରଦାତାଙ୍କ ଟ୍ୟାକ୍ସ ଭରିବା ପାଇଁ କିଛିଟା ସୁବିଧା କରିଛନ୍ତି । କରଦାତା ମାନେ ଉଭୟ ନୂଆ ଏବଂ ପୁରୁଣା କର ଦେୟ ବ୍ୟବସ୍ଥାକୁ ଆପଣାଇ ପାରିବେ । କିନ୍ତୁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବାକୁ ହେବ । ବର୍ଷକୁ ୫ରୁ ୭.୫ ଲକ୍ଷ ଆୟ ଉପରେ ଆୟକର କମ କରାଯାଇ ୧୦ ପ୍ରତିଶତ ହୋଇଛି । ବର୍ଷକୁ ୭.୫ ରୁ ୧୦ ଲକ୍ଷ ଆୟ ଉପରେ ଆୟକର ୧୫ ପ୍ରତିଶତ କରାଯାଇଛି । ସେହିଭଳି ୧୦ରୁ ୧୨.୫ ଲକ୍ଷ ଆୟ ଉପରେ ଆୟକର ସୀମା ୨୦ ପ୍ରତିଶତ ଏବଂ ୧୨.୫ରୁ ୧୫ ଲକ୍ଷ ଆୟ ଉପରେ ଆୟକର ୨୫ ପ୍ରତିଶତ ରଖାଯାଇଛି ।

ବୀମା ପଲିସି ଉପରେ ଧ୍ୟାନ ଦିଅନ୍ତୁ

ଚଳିତ ବର୍ଷ ଅନେକ ଲୋକ ବୀମା ପଲିସି କରିଛନ୍ତି । ଏହାରି ଭିତରେ ଯଦି ଆପଣ ମଧ୍ୟ ବୀମା କରିଛନ୍ତି ଏହା ଆପଣଙ୍କ ପାଇଁ ପର୍ଯ୍ୟାପ୍ତ କି ନୁହେଁ ତାହା ଥରେ ଯାଞ୍ଚ କରେଇନିଅନ୍ତୁ ।

ଲୋନ ରିଫାଇନାସିଂର ଧ୍ୟାନ ରଖନ୍ତୁ

ଏହି ବର୍ଷ ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ଧ୍ୟାନ ରଖି ରିଜର୍ଭ ବ୍ୟାଙ୍କ୍ ଲୋନର କିସ୍ତିକୁ ୬ ମାସ ପର୍ଯ୍ୟନ୍ତ ଛାଡ କରିଦେଇଛନ୍ତି । ତା ସହିତ କମ ସୁଧରେ ଲୋକଙ୍କୁ ଲୋନ ମଧ୍ୟ ଦିଆଯାଇଛି । ଯଦି ଆପଣ ବ୍ୟାଙ୍କରୁ ଲୋନ ଆଣିଛନ୍ତି ତେବେ ରିଫାଇନାସିଂ ବାବଦରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଯଦି ଗୋଟିଏ ବ୍ୟାଙ୍କରୁ ଲୋନ ଆଣିଛନ୍ତି ତେବେ ଆପଣ ଚାହିଁଲେ ଯେଉଁ ବ୍ୟାଙ୍କରେ କମ ସୁଧରେ ଲୋନ ମିଳୁଛି ସେଠାକୁ ଟ୍ରାନ୍ସଫର କରିପାରିବେ । ଯାହ ଫଳରେ କି ଆପଣଙ୍କୁ କମ ଲୋନ ସୁଝିବାକୁ ପଡିବ ।

କ୍ରେଡିଟ୍ ସ୍କୋରର ଧ୍ୟାନ ରଖନ୍ତୁ

କ୍ରେଡିଟ୍ ସ୍କୋର ଆଖିଦୃର୍ଶିଆ ନହେଲେ ଲୋନ ମିଳିବାରେ ଅସୁବିଧା ହୋଇପାରେ । ତା ସହିତ କ୍ରେଡିଟ୍ କାର୍ଡ ମଧ୍ୟ ମିଳିବାରେ ଅସୁବିଧା ହୋଇପାରେ । ତେବେ ଏଥି ପାଇଁ କ୍ରେଡିଟ୍ ଇନଫରମେସନ ବ୍ୟୁରୋ ଆପଣଙ୍କୁ ୩୦୦ ରୁ ୯୦୦ ମଧ୍ୟରେ ସ୍କୋର ଦେବ । ଏହା ଦ୍ବାରା ଆପଣ ଲୋନ ପାଇବାରେ ଆଉ ଅସୁବିଧା ହୋଇନପାରେ ।

   Related Posts