ମହିଳାଙ୍କ ପୁରା ପରିବାରକୁ ମାରିବା ଲାଗି ସାଜିସ୍: ଝରକା ବାଟେ ରନ୍ଧା ଖାଦ୍ୟରେ ବିଷ ମିଶାଇଲା ପଡୋଶୀ

Published By : Prameya-News7 Bureau | June 07, 2020 IST

ସାଲେପୁର୭/୬: ମହିଳାଙ୍କ ପରିବାରକୁ ଜୀବନରୁ ମରି ଦେବାକୁ ଧମକ। ଏ ନେଇ ସଂପୃକ୍ତ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର ପାଇକରାପୁର ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ସେହି ମହିଳା ହେଲେ ପାଇକାରାପୁର ଗାଁର ଅବଦୁଲ ହାଫିଜି ଖାନଙ୍କ ପତ୍ନୀ ରୁକସାନା ପରୱିନ। ପରୱଇନଙ୍କ ସ୍ୱାମୀ ଘରେ ରହୁନଥିବା ବେଳେ ପଡୋଶୀ ଅବଦୁଲ ରଉଫ ଖାଁ ଓ ତାଙ୍କ ପରିବାର ଲୋକେ ମିଶି ମାଡ଼ ପିଟି ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେଉଆସୁଥିଲେ।

ଏ ନେଇ ପୋଲିସରେ ରୁକସାନା ଥାନାରେ ବହୁବାର ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ହେଲେ ଗତ କାଲି ପରୱିନ ରୋଷେଇ କରୁଥିବା ବେଳେ ପଡୋଶୀ ଅବଦୁଲ୍ ରଉଫ୍ ଖାନ ଝରକା ବାଟେ ରାନ୍ଧି ଥିବା ଖାଦ୍ୟରେ ବିଷ ମିଶାଇ ଦେଇଥିଲେ।

ଏ ନେଇ ପରୱିନ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ କରିବାର ଗୋଟେ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଅଭିଯୋଗ କରିଛନ୍ତି ପରୱିନ ଓ ତାଙ୍କ ସ୍ବାମୀ। ଏପଟେ ସାଲେପୁର ପୋଲିସ ଘଟଣାଟିକୁ ହାଲକା ଭାବରେ ଗ୍ରହଣ କରୁଥିବା ବେଳେ ଆଗକୁ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ ରହିବ କିଏ ବୋଲି ସ୍ବାମୀ-ସ୍ତ୍ରୀ ପ୍ରଶ୍ନ କରିଛନ୍ତି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.