Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ଟିକା, ପ୍ରଥମେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ ଭାକ୍‌ସିନ୍‌

12/01/2021 at 1:31 PM

ଭୁବନେଶ୍ୱର ୧୨।୦୧: ଓଡିଶା ଆସୁଛି କୋଭିସିଲ୍ଡ ଟିକା । ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ । ଏହାପରେ ଆଉ ୨୦ ହଜାର କୋଭାକ୍ସିନ୍‌ ଖୁବଶୀଘ୍ର ଆସି ପହଞ୍ଚିବ । ପ୍ରଥମେ ବୟସ୍କ ଓ ହାଇରିକ୍ସ ଜୋନ୍‌ରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ସାରାଦେଶରେ ଆସନ୍ତା ୧୬ତାରିଖକୁ କରୋନା ଟିକାକରଣ କରାଯିବ । ଯାହାକୁ ଦୃଷ୍ଟିରେ ରଖି ଦେଶରେ ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି । ଏହିପ୍ରରିପେକ୍ଷୀରେ ଓଡିଶାକୁ ମଧ୍ୟ କୋଭିସିଲ୍ଡ ଟିକା ଆସିଛୁ ।ତେବେ ଯେତିକି ଟିକା ଆସୁଛି ସେଥିରେ ୧ ଲକ୍ଷ ୯୧ ହଜାର ଲୋକଙ୍କୁ ଦିଆଯିବ । ପରେ ଆଉ ୨୦ ହଜାର କୋଭାକ୍ସିନ୍ ଖୁବ୍‌ଶୀଘ୍ର ଆସି ଓଡିଶାରେ  ପହଞ୍ଚିବ । ପୂର୍ବନିର୍ଦ୍ଦାରିତ ସୂଚୀଅନୁସାରେ ଆସନ୍ତା ୧୬ରେ ରାଜ୍ୟରେ ଚିହ୍ନଟ ହୋଇଥିବା ସ୍ଥାନରେ ଟିକା ଦାନର ବ୍ୟବସ୍ଥା କରାଯିବ ।ଏହାପରେ ଆସନ୍ତା ୨୫ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ତାଲିକା ପ୍ରସ୍ତୁତ କରାଯିବ ।

   Related Posts