ବିଧାୟକଙ୍କ ଦଳ ଡିଆଁ ପରେ ଡ୍ୟାମେଜ କଣ୍ଟ୍ରୋଲ ମୁଡରେ ନିରଞ୍ଜନ, ତିଆରି ହେଲା ପ୍ଲାନ-ବି: ଦଳକୁ ଆସିବେ ଦାମ, ବୈଜୟନ୍ତ, ବିଜୟ, ଦିଲ୍ଲୀପ, ଯଜ୍ଞେଶ୍ବର, ପଞ୍ଚାନନ ଓ ବ୍ରଜ !

Published By : Prameya-News7 Bureau | January 17, 2019 IST

ଭୁବନେଶ୍ବର ୧୭|୧; ଦଳ ଡିଆଁ ପରେ କଂଗ୍ରେସ ଡ୍ୟାମେଜ କଣ୍ଟ୍ରୋଲ ମୁଡରେ ରହିଛି  । ସେଥିଲାଗି ୨୦୧୯ ପୂର୍ବରୁ ନୂଆ ରଣନୀତି କରିଛି କଂଗ୍ରେସ । ରାହୁଲଙ୍କ ଗସ୍ତ ପରେ ଓ ବିଧାନସଭା ଅଧିବେଶନ ପରେ ଦଳ ନୂଆ ରଣନୀତିକୁ ନେଇ ନିର୍ବାଚନକୁ ଯିବ । ଯାହାକୁ ଦଳ ପ୍ଲାନ ବି ଫ୍ରମୁଲା  କହୁଛି । ଏହି ଫର୍ମୁଲାରେ କଂଗ୍ରେସ ରାଜ୍ୟର ଅନେକ ବରିଷ୍ଠ ନେତାଙ୍କୁ ଆଣି  ଦଳରେ ମିଶାଇ ନିର୍ବାଚନ ମଇଦାନକୁ ଛାଡିବ । ଖାସ କରି ବିଜେପି ଓ ବିଜେଡିର ଅସନ୍ତୁଷ୍ଟ ନେତା ହିଁ କଂଗ୍ରେସର ବଳ ବଢାଇବେ ।

{"id":75220}

୨୦୧୯ ନିର୍ବାଚନରେ ପୁଣି ଶକ୍ତିଶାଳୀ ହୋଇ ନିର୍ବାଚନ ଲଢିବାକୁ କଂଗ୍ରେସ ମୁଖିଆ ନୂଆ ରଣନିତୀ କରିଛନ୍ତି । ଓଡିଶା କଂଗ୍ରେସର ଏହି ନୂଆ ରଣନୀତିକୁ ପ୍ଲାନ ବି ନାଁ ଦେଇଛି ପିସିସି । ପ୍ଲାନ ବି ଅନୁସାରେ ରାଜ୍ୟରେ ବିଜେଡି ଓ ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନଜର ରିଖିଛି ପିସିସି । ଏହି ପ୍ଲାନ ଅନୁସାରେ ଅସନ୍ତୁଷ୍ଟ ନେତାଙ୍କୁ ନିଜ ପଟକୁ ଆଣିବ ଦଳ ।

ଏହି ତାଲିକାରେ ଅଛନ୍ତି ବିଜେଡି ଛାଥିବା ନେତା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ଆସନରୁ ଜୟ ହାତ ଚିହ୍ନରୁ ସାଂସଦ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ମଧ୍ୟ କଂଗ୍ରେସରୁ ଲଢିବେ ବୋଲି କୁହାଯଉଛି । ଦାମ ବାବୁ ତାଙ୍କ ପୁରୁଣା ସିଟ ବାଲିକୁଦା ଏରସମା ସିଟରୁ ଲଢିବେ । ଏହା ସହ ପଞ୍ଚାନନ କାନୁନଗୋ ବି କଂଗ୍ରେସରେ ମିଶିବେ । କେବଳ ପଞ୍ଚାନନ କାନୁନଗୋ ନୁହଁନ୍ତି ବିଜେଡି ଯଜ୍ଞେଶ୍ବର ବାବୁ ବି ଏମାନଙ୍କ ତାଲିକାରେ ଅଛନ୍ତି ।

ଏମାନେ ଠିକଣା ସମୟରେ କଂଗ୍ରେସର ବଳ ବଢାଇବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଜେପି ଛାଡିଥିବା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବି କୁଆଡେ ବିଜେଡି ନଯାଇ କଂଗ୍ରେସକୁ ଯିବେ । ଦିଲ୍ଲୀପ ତାଙ୍କର ପୁରୁଣା ଗଡରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହା ସହ ଦିଲ୍ଲୀପ ରାୟଙ୍କ ସ୍ଥାନ ପରିବର୍ରୁତ୍ତନ କରି ନିଜେ ପିସିସି ସଭାପତି ସଭାପତି ସେହି ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେମିତି ଆଗରୁ ନିଜର ଜଣେ ମାତ୍ର ବିଧାୟକ ଜର୍ଜ୍ଜ ତିର୍କୀକୁ ଆଗୁଆ କଂଗ୍ରେସକୁ ପଠାଇଥିବା ସମତାକାନ୍ତ୍ରି ଦଳର ସଭାପତି ବ୍ରଜ ତ୍ରୀପାଠୀ କୁଆଡେ ଠିକଣା ସମୟରେ କଂଗ୍ରେସ ଫୋଲଡକୁ ଆସି ବିଜେପି ଓ ବିଜେଡି ବିରୋଧରେ ଲଢିବେ ।

ସେମିତି ନିଜେ ଦଳ ଘୋଷଣା କରି ନିଜ ଦଳରୁ ନିଜେ ଇସ୍ତଫା ଦେଇଥିବା ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ ବି ହାତ ଧରି କେନ୍ଦୁଝରରେ କଂଗ୍ରେର ବଳ ବଢାଇବେ ବୋଲି ସବୁ ପ୍ରକାର ଆଲୋଚନା ସରିଛି । ତେବେ ଏସବୁ ଭିତରେ କଂଗ୍ରେସର କେତେ ପ୍ଲାନ ବି କେତେ ସଫଳ ହେବ ଓ ହାତକୁ ବଳ ମିଳିବ ସେ ନେଇ କଂଗ୍ରେସ ଅଙ୍କ କସୁଛି । କଂଗ୍ରେସର ପ୍ଲନ ବି ଫର୍ମୁଲାକୁ  ଏଆଇସିସି ଅନୁମୋଦନ କରିଥିବା କୁହାଯାଉଛି ।

{"id":75221}

ସେପଟେ ବିଜେଡି ବି ପ୍ଲାନ ବି ରେ ରହିଛି ।ଏପଟେ ଅନ୍ୟ ଦଳରୁ ନେତା ଆମଦାନି କରି ନିଜର ସିଟ ପକ୍କା କରିବାକୁ ଅଙ୍କ କଷିଛି ବିଜେଡି । ଖାସ କରି ୨୦୧୪ରେ ହାତ ଛଡା ହୋଇଥିବା ବିଧାନସଭା ସିଟ ଉପରେ ବିଜେଡିର ଫୋକସ ରହିଛି । ଫ୍ରମୁଲା ବିରେ ବିଜେଡି କଂଗ୍ରେସର ଓ ବିଜେଡିପର ୧୫ ନେତା ଓ ବିଧାୟକଙ୍କ ଉପରେ ନଜର ରଖିଛି । ଝାରସଗୁଡା ବିଧାୟକ ନବ ଦାସ, ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହ, ସାଲେପୁର ବିଧାୟକ ପ୍ରକାଶ ବେହେରା, ତଲସରା ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ନିଜ ପଟକୁ ଆଣି ଏହି ସିଟକୁ ନିଜର କରିବାକୁ ଯୋଜନା ହୋଇଛି । ସେହିପରି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଓ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଓ  କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ ବି ବିଜେଡିର ପ୍ଲାନ ବି ତାଲିକାରେ ରହିଛନ୍ତି ।

ସେମିତି ବିଜେପିରୁ ବି କିଛି ନେତାଙ୍କୁ ଉଠାଇବା ଚକ୍କରରେ ରହିଛି ଦଳ । ବିଜେପିର ବ୍ରଜରାଜନଗର ବିଧାୟକା ରାଧାରାଣୀ ପଣ୍ଡା, ଦେବଗଡ ବିଧାୟକ ନୀତେଶ ଗଙ୍ଗଦେବ ଓ ଖଡିଆଳ ବିଧାୟକ ଦୁର୍ଯୋଧନ ମାଝୀଙ୍କ ଘର ବାହୁଡା ହେବ ଏବଂ ସେମାନେ ବିଜେଡିରୁ ନିର୍ବାଚନ ଲଢିବେ ବୋଲି ଶୁଣାଯାଉଛି । ଏହା ସହ ଗତ ଥର ସାଂସଦ ଲଢିଥିବା ପଶ୍ଚିମ ଓଡିଶାର ଅନେକ ନେତାଙ୍କୁ ବି ବିଜେଡି ତାଲିକାରେ ରହିଛନ୍ତି ।

{"id":75222}

ବିଜେପି ବି ନିଜର ପ୍ଲାନ ବି ଫର୍ମୁଲାରେ ପଛରେ ପଡିନି । ଖାସ କରି ବିଜେଡିର ଅସନ୍ତୁଷ୍ଟ ନେତାଙ୍କୁ ଆଣି ନିଜ ଭୋଟ ବ୍ୟାଙ୍କ ବଢାଇବା ଚକ୍ଚରେ ରହିଛି ଦଳ । ଖାସକରି ବିଜେଡିର ଯେଉଁ ପରାଜିତ ପ୍ରାର୍ଥୀ ଓ ବିଧାୟକକ ଦଳୀୟ ଟିକଟ ପାଇବାରୁ ବଞ୍ଚିତ ହେବେ ସେମାନଙ୍କୁ ନିଜପଟକୁ ଆଣି ଫାଇଦା ନେବା ପ୍ଲାନରେ ବିଜେପି ରହିଛି । ସେଥିଲାଗି କିଏ କେଉଁଠୁ ନିର୍ବାଚନ ଲଢିବେ ସେନେଇ ବିଜେପି କାହାକୁ ଏବେଠୁ କିଛି କ୍ଲିଅର କରୁ ନଥିବା କୁହାଯାଉଛି ।

୨୦୧୯ ନିର୍ବାଚନରେ  ନିଜ ନିଜ ଗେମପ୍ଲାନରେ ଅଛନ୍ତି ସବୁ ରାଜନୈତିକ ଦଳ ନିଜ ନିଜ ବଳ ଲଗାଇଛନ୍ତି । ଆଉ ଶେଷକୁ ରଖୁଛନ୍ତି ପ୍ଲାନ ବି ଫର୍ମୁଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.