ଘରେ ଏହି ଦିଗରେ ରଖନ୍ତୁ ଝାଡ଼ୁ : କେବେ ହେବନାହିଁ ଧନର ଅଭାବ

Published By : Prameya-News7 Bureau | May 18, 2019 IST

ଝାଡ଼ୁ ଏକ ଏପରି ଜିନିଷ ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ। ଏହାକୁ ଆ​‌ମେ ଘର ସଫା କରିବା ପାଇଁ ବ୍ୟବହାର କରିଥାଉ। ଏହାପରେ ଆମେ ଏହାକୁ ଘରର​‌ ଯେକୈାଣସି କୋଣରେ ରଖି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଝାଡ଼ୁକୁ ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଶୁଭ କୁହାଯାଇଛି। ଯଦି ଆପଣ ଏହାକୁ ସଠିକ୍ ଉପାୟରେ ଦେଖାଶୁଣା କରିବେ ତେବେ ଆପଣ ଧନଶାଳୀ ହୋଇପାରିବେ । ପ୍ରକୃତରେ ଝାଡ଼ୁକୁ ମାଆ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ ଝାଡ଼ୁ ଘରେ ସୁଖ,ସମୃଦ୍ଧିର କାରକ ହୋଇଥାଏ। ଏଥିରେ ସକରାତ୍ମକ ଶକ୍ତି ଭରି ରହିଥାଏ। ତେଣୁ ଯଦି ଏହାକୁ ଠିକ୍ ସମୟରେ ଘରକୁ ଅଣାଯାଇଥାଏ ଏବଂ ସମ୍ମାନ ସହକାରେ ଘରେ ରଖାଯାଇଥାଏ ତେବେ ଏହା ଆପଣଙ୍କ ଘରର ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ।

ବାସ୍ତୁ ଅନୁସାରେ ଝାଡ଼ୁକୁ ଘରର ଏପରି ସ୍ଥାନରେ ରଖିବା ଉଚିତ୍ ଯେଉଁଠି ଏହା କାହାକୁ ନଦେଖାଯିବ। ଏଥିପାଇଁ ଏହାକୁ ରଖିବାର ସବୁଠୁ ଉଚିତ୍ ସ୍ଥାନ ହେଉଛି କବାଟ ପଛ। ଆଉ ଗୋଟିଏ କଥା ହେଉଛି ଆପଣ ଭୁଲରେ ମଧ୍ୟ ଝାଡ଼ୁକୁ ଓଲଟା ରଖନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କୁ ଲାଭ ବଦଳରେ କ୍ଷତି ହେବ।

ଆପଣ ରାତିରେ ଯେତେବେଳେ ଶୋଇବାକୁ ଯିବେ ଏହା ପୂର୍ବରୁ ଝାଡ଼ୁକୁ ଘରର ମୁଖ୍ୟ ଦ୍ବାରର ପାଖରେ ରଖନ୍ତୁ ।ଏପରି କରିବା ଦ୍ବାରା ଆପଣଙ୍କ ଘରେ କୈାଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ। ମାଆ ଲକ୍ଷ୍ମୀଙ୍କ ନଜର ଝାଡ଼ୁରେ ପଡ଼ିଲେ ମାଆ ଲକ୍ଷ୍ମୀ ସ୍ବୟଂ ଆପଣଙ୍କ ଘରେ ପ୍ରବେଶ କରିଥାଆନ୍ତି। କିନ୍ତୁ ସକାଳ ହୋଇଗଲେ ଝାଡ଼ୁକୁ ସେଠାରୁ ହଟାଇ ଦେବା ଉଚିତ୍।

ଘରେ କଦାପି ସନ୍ଧ୍ୟାବେଳେ ଝାଡ଼ୁ କରନ୍ତୁ ନାହିଁ। ଏହାର କାରଣ ହେଉଛି ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତରେ ମାଆ ଲକ୍ଷ୍ମୀ  ନିଜ ବାହନ ପେଚା ଉପରେ ବସି ଭ୍ରମଣ କରିବା ପାଇଁ ବାହାରିଥାଆନ୍ତି। ଏହି ସମୟ​ରେ ଯଦି ତାଙ୍କ ନଜର ଝାଡ଼ୁ ଉପରେ ପଡ଼ିଯାଏ ତେବେ ସେ ରାଗିଯାଆନ୍ତି। ଏହା ଦ୍ବାରା ଆପଣଙ୍କ ଧନହାନି ହୋଇଯିବାର ମଧ୍ୟ ଆଶଙ୍କା ଥାଏ।

ଆସନ୍ତୁ ଜାଣିବା ଘରର କେଉଁ ଦିଗରେ ଝାଡ଼ୁ ରଖିବା ଶୁଭ ହୋଇଥାଏ। ଆପଣଙ୍କୁ ସବୁବେଳେ ଘରର ଦକ୍ଷିଣ ପଶ୍ଚିମ କୋଣରେ ଝାଡ଼ୁ ରଖିବା ଉଚିତ୍। ଏହି ସ୍ଥାନରେ ଝାଡ଼ୁ ରଖିବା ଦ୍ବାରା ଘରେ ଧନଲାଭ ହୋଇଥାଏ।

ଝାଡ଼ୁକୁ ଘରର ଅପରିଷ୍କାର ସ୍ଥାନରେ କିମ୍ବା ଜୋତା ଚପଲ ରଖାଯାଉଥିବା ସ୍ଥାନରେ ରଖିବା ଅନୁଚିତ୍। ଏହାଦ୍ବାରା ଘରର ସୁଖଶାନ୍ତି ନଷ୍ଟ ହୋଇଥାଏ। ଏହା ସହିତ ଝାଡ଼ୁକୁ ରୋଷେଇ ଘରେ ରଖିବା ମଧ୍ୟ ଅନୁଚିତ୍। ଏପରି କୁହାଯାଇଥାଏ ଯେ ରୋଷେଇ ଘରେ ଝାଡ଼ୁ ରଖିବା ଦ୍ବାରା ପନିପରିବା ସଙ୍କଟ ଦେଖାଯାଇଥାଏ। ଏହାଦ୍ବାରା ପରିବାର ଲୋକଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.