କାରରେ ରଖନ୍ତୁ ପିରାମିଡ: ଦୁର୍ଘଟଣାରୁ ପାଇବେ ମୁକ୍ତି

Published By : Prameya-News7 Bureau | July 20, 2019 IST

ବାସ୍ତୁ ଶାସ୍ତ୍ରରେ ପିରାମିଡକୁ ଶକ୍ତି ବା ଉର୍ଜାର କେନ୍ଦ୍ର ବୋଲି କୁହାଯାଏ। ତ୍ରିଭୂଜାକାର ଏହି ପିରାମିଡ  ପ୍ରଚୁର ଶୁଦ୍ଧ ବାୟୁ ଓ ଭରପୁର ଏନର୍ଜିର ଅନୁଭବ ଦେଇଥାଏ। କେବଳ ଏଥିଯୋଗୁ କାରରେ ପିରାମିଡ ଟିଏ ରଖିଦେଲେ ଆପଣଙ୍କୁ ବଡରୁ ବଡ ଦୁର୍ଘଟଣାରୁ ମଧ୍ୟ ଏହା ରକ୍ଷା କରିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ କାର ଅଥବା ମୋଟର ବାଇକରେ ଭଲ ସମୟ ଦେଖି ପିରାମିଡ ଟିଏ ରଖିଲେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯାହା ଚାଳକଙ୍କ ଏକାଗ୍ରତା ବୃଦ୍ଧି କରିବା ସହ କଠିନରୁ କଠିନ ମୁହୁର୍ତ୍ତରେ ବ୍ୟକ୍ତିକୁ ଉପଯୁକ୍ତ ନିଷ୍ପତ୍ତି ନେବାରେ ସହାୟତା କରିଥାଏ। ତେବେ କେବଳ କାର କି ବାଇକ୍ ନୁହେଁ ଅନ୍ୟ ସ୍ଥଳରେ ମଧ୍ୟ ପିରାମିଡ ଆପଣଙ୍କୁ ଅନେକ ସହାୟତା କରିପାରେ ଜାଣନ୍ତୁ କିପରି ।

{"id":135721}

ସ୍ମରଣ ଶକ୍ତି ହ୍ରାସ ହେଉଥିଲେ ବାସ୍ତୁ ଅନୁସାରେ ଏକ ପାତ୍ରରେ ଚାଉଳ ରଖି ତା ଉପରେ ପିରାମିଡକୁ ରଖି ଦିଅନ୍ତୁ । କିଛି ସମୟ ପରେ ପିରାମିଡକୁ କାଢି ନେଇ ଚାଉଳକୁ ଖୀରି କରି ଖାଇଲେ ସ୍ମରଣ ଶକ୍ତି ହ୍ରାସ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ କୌଣସି ପାତ୍ରରେ ପାଣି ଭରି ସେଥିରେ ପିରାମିଡ ଟିଏ ରଖି ଦିଅନ୍ତୁ। କିଛି ସମୟ ପରେ ସେହି ପାଣିରେ ମୁହଁକୁ ଦେଖନ୍ତୁ ଓ ଆଖି ଏବଂ ମୁହଁକୁ ପାଣିରେ ଧୁଅନ୍ତୁ ଦେଖିବେ ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି ହେବା ସହ ମୁହଁରେ ନୂଆ  ଚମକ୍ ଖେଳିବ।

{"id":135722}

ବାସ୍ତୁ ଅନୁସାରେ ଶୁଭ ସମୟ ଦେଖି ଘରକୁ ପିରାମିଡ ଟିଏ ଆଣନ୍ତୁ । ଏହାକୁ ମା ଲକ୍ଷ୍ମୀଙ୍କ ମନ୍ତ୍ରରେ ପୂଜା କରି ଘର ହେଉ ଅଥବା ବ୍ୟାପାର ସ୍ଥଳର ଐଶାନ୍ୟ ଅଥବା ଉତ୍ତର ଦିଗରେ ରଖି ଦିଅନ୍ତୁ। ଦେଖିବେ ଘରେ ଓ ବେପାରରେ ଉନ୍ନତି ହେବା ଆରମ୍ଭ ହୋଇଯିବ। ସେହିପରି ଯଦି ଶତ୍ରୁ ପିଛା ଛାଡୁ ନାହାନ୍ତି ତେବେ ପିରାମିଡକୁ ବଗଳାମୁଖୀ ମନ୍ତ୍ରରେ ଅଭିମନ୍ତ୍ରୀତ କରି ଘରର ଦକ୍ଷିଣ  ଦିଗରେ ଲଗାଇ ଦେଲେ ଶତ୍ରୁ ଆପେ ଆପେ ଶାନ୍ତ ହୋଇଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.