Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଅରୁଣାଚଳପ୍ରଦେଶରୁ ଅପହୃତ ୫ ଜଣଙ୍କୁ ଶନିବାର ଭାରତକୁ ପ୍ରତ୍ୟର୍ପଣ କରିପାରେ ଚୀନ ସେନା

11/09/2020 at 9:08 PM

ନୂଆଦିଲ୍ଲୀ ୧୧/୦୯: ବହୁ ବାଦ ବିବାଦ ପରେ ମାନିଲା ଚୀନ୍। ଆସନ୍ତାକାଲି(ଶନିବାର) ଅପହରଣ କରିଥିବା ଭାରତୀୟଙ୍କୁ ଭାରତ ଫେରାଇବ। ଅରୁଣାଚଳପ୍ରଦେଶର ଅପହୃତ ୫ ବ୍ୟକ୍ତିଙ୍କୁ ପିପୁଲ୍ସ ଲିବରେସନ୍ ଆର୍ମୀ(ପିଏଲ୍ଏ) ଭାରତକୁ ପ୍ରତ୍ୟର୍ପଣ କରିପାରେ ବୋଲି ସୂଚନା ମିଳିଛି ।

 ଚୀନ ସେନା ଦ୍ବାରା ଅରୁଣାଚଳପ୍ରଦେଶ ୫ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ସେମାନେ ହେଉଛନ୍ତି ଟୋଚ୍ ସିଙ୍ଗକମ୍‌, ପ୍ରସାଦ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିଆ, ତନୁ ବେକର ଓ ନାର୍ଗୁ ଡୋରି।

ଅରୁଣାଚଳପ୍ରଦେଶରୁ ନିଖୋଜ ଥିବା ୫  ବ୍ୟକ୍ତି ଚୀନରେ ଥିବା ନେଇ ଚୀନ ସେନା ପ୍ରକାଶ କରିଛି । ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍‌ କରି ସୂଚନା ଦେଇଥିଲେ ଯେ, ଭାରତୀୟ ସେନା ଦ୍ବାରା ପଠାଯାଇଥିବା ସନ୍ଦେଶର ଜବାବ ଦେଇଛି ପିଏଲଏ ।

 ନିଖୋଜ ଥିବା ୫ ବ୍ୟକ୍ତି ସେମାନଙ୍କ ପାଖରେ ଥିବା କହିଛି ପିଏଲଏ । ପୁଣି ଆଜି ଟ୍ବିଟ୍‌ କରି ରିଜିଜୁ ସୂଚନା ଦେଇଛନ୍ତି, ଶନିବାର କୌଣସି ସମୟରେ ପିଏଲଏ ୫ ବ୍ୟକ୍ତିଙ୍କୁ ଭାରତ ପ୍ରତ୍ୟର୍ପଣ କରିପାରେ ।

   Related Posts