Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଚୀନ୍‌ର ଦାଦାଗିରି : ଗଲଓ୍ୱାନ୍‌ର ୮କିମି ଅଞ୍ଚଳରେ ଏବେବି ରହିଛି PLA , ତିଆରି କରିଛି ବଙ୍କର

21/06/2020 at 9:34 AM

ନୂଆଦିଲ୍ଲୀ ୨୧।୦୬: ଏତେ ବିବାଦ ପରେ ବି ସୁଧୁରୁନି ଚୀନ୍‌ । ଗୋଟିଏ ପଟେ ବିବାଦୀୟ ଅଞ୍ଚଳରୁ ହଟିବା ନେଇ ଗଣମାଧ୍ୟମ ଆଗରେ ଦାବି କରୁଥିବା ବେଳେ ଅନ୍ୟପଟେ ଭାରତୀୟ ସୀମାରେ ପଶି ଅଞ୍ଚଳକୁ ନିଜ କବ୍‌ଜାରେ କରିଛି । ଭାରତୀୟ ସୀମାରେ ପଶି ୮କିମି ଅଞ୍ଚଳ ପର୍ଯ୍ୟନ୍ତ କବ୍‌ଜା କରିଛି ।  ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ସ୍ଥିତି ଏବେ ସମ୍ପୁର୍ଣ୍ଣ ଭାବେ ଶାନ୍ତ ପଡିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସୀମା ବିବାଦକୁ ନେଇ ଉଭୟ ଚୀନ୍‌-ଭାରତ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା । ଯାହାର ପରଣତି ଭାରତ ୨୦ଜଣ ବୀର ଯବାନଙ୍କୁ ହରାଇଛି , ତେ ଚୀନ୍ ମଧ୍ୟ ଅନେକ ସୈନ୍ୟ ହରାଇଛି ।   କିନ୍ତୁ ଗୋଟିଏ ପଟେ ଗଲଓ୍ୱାନ ବିବାଦ ସରିନଥିବା ବେଳେ ଆଉ ଗୋଟିଏ ପଟେ ଚୀନ୍‌ ସୈନିକମାନେ ପେଙ୍ଗାଙ୍ଗ ସୋ ନିକଟରେ ଅତିକମ୍‌ରେ ୮କିମି ଲମ୍ବା ଅଞ୍ଚଳରେ କବ୍‌ଜା କରି ରଖିଥିବାର ଖବର ଆସିଛି  । ମେ ମାସ ଆରମ୍ଭରେ ଏଠାରେ ପ୍ରବେଶ କରିଥିବା ଚୀନ୍‌ ସେନା ଏବେ ସୈନ୍ୟ ବେସ୍‌ ଓ ବଙ୍କର ପ୍ରସ୍ତୁତ କରିସାରିଲାଣି । ହ୍ରଦର ଉତ୍ତର ପାର୍ଶ୍ୱରେ ଥିବା କୂଳରେ ଚୀନ୍‌ର ସେନାବାହିନୀ (PLA)ଉପସ୍ଥିତ ରହିଛନ୍ତି । ସେପଟେ ଅନ୍ୟ ଅଞ୍ଚଳ ଯେପରିକି ଗଲଓ୍ୱାନ୍‌କୁ ନେଇ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଲାଗିରହିଛି । ଚୀନ୍ ସେନା ଏଠାରେ ନିଜର କ୍ଷମତା ବୃଦ୍ଧି କରିବାରେ ଲାଗିଛି ।

ଗଲଓ୍ୱାନ ଘାଟିରେ ଭାରତୀୟ ସେନା ଉପସ୍ଥିତ-

ସୂଚନାମୁତାବିକ,ଗଲଓ୍ୱାନ ଘାଟିରେ ପଏଣ୍ଟ ୧୪ ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ଭାରତୀୟ ସେନା ନିଜର ସ୍ଥିତି ଜାହିର କରିଛନ୍ତି । ବିପୁଳ ପରିମାଣ ସୈନ୍ୟ ଉପସ୍ଥିତ ରହିଛନ୍ତି ।ଏହି ସ୍ଥାନରେ ୧୫-୧୬ ଜୁନ୍‌ର ରାତିରେ ଦୁଇ ଦେଶର ସେନାଙ୍କ ମଧ୍ୟ ହିଂସାତ୍ମକ ଘଟଣା ହୋଇଥିଲା । ଘଟଣା ପରେ ଉଭୟ ଦେଶର ସେନା ଘଟଣାସ୍ଥଳରୁ ପଛକୁ ହଟିଯାଇଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଥିଲା । କିନ୍ତୁ ବାସ୍ତବତା ହେଉଛି ଦୁଇ ଦେଶ ନିଜ ନିଜ ସୀମା ଭିତରେ ରହିଛନ୍ତି । ସେପଟେ ଦୁଇ ଦେଶର ସୈନ୍ୟବାହିନୀକୁ ସୁଦୃଢ କରିବା ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଣ କରି ରଖୁଛନ୍ତି । ଏବଂ ସେନା ସମ୍ପୂର୍ଣ୍ଣ ଭାବେ ପଛକୁ ହଟିନାହାନ୍ତି ।

ପଙ୍ଗାଙ୍ଗ ହ୍ରଦର ବିବାଦ ବହୁତ ସଙ୍ଗୀନ-

ପଙ୍ଗାଙ୍ଗ ହ୍ରଦର ଉତ୍ତରରେ ଭାରତ-ଚୀନ୍‌ ସେନା ମଧ୍ୟରେ ବିବାଦ ରହିଥିଲା । ଯାହାକି ବହୁତ ଗମ୍ଭୀର ରହିଛି । ଅତିକମ୍‌ରେ ୧୩,୯୦୦ଫୁଟ ଉପରେ ଚାଙ୍ଗଲ ନିକଟେର ମେ ୫-୬ ଦିନ ଉଭୟ ପଟର ଯବାନ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏହାପରେ ଚୀନ୍‌ ସୈନ୍ୟମାନେ  ଭାରତୀୟ ଯବାନଙ୍କୁ ଫିଙ୍ଗର ୨ର ପୂର୍ବକୁ ଯିବାକୁ ଦେଉନାହିଁ । ଫିଙ୍ଗର ୩ ଓ ୪ରେ ଗତ କିଛି ବର୍ଷ ହେଲା ଭାରତୀୟ ଯବାନମାନେ କ୍ୟାମ୍ପ କରିରହିଛି । କିନ୍ତୁ ଗତ କିଛି ମାସ ହେଲା ଫିଙ୍ଗର ୪-୮ ମଧ୍ୟରେ କିଛି ଅଞ୍ଚଳକୁ ଚୀନ୍‌ କବ୍‌ଜା କରିଛି । ସୀମାରେ ଏଭଳି ବିବାଦକୁ ନେଇ ଚୀନ୍‌ ସୈନ୍ୟ କୌଣସି କଥାବାର୍ତ୍ତା ହେବାକୁ ଚାହୁନାହିଁ । ସେପଟେ ସୁଚନାମୁତାବିକ ଭାରତୀୟ ସେନା ସେ ବିବାଦୀୟ ଅଞ୍ଚଳରୁ ଚୀନ୍‌ ସେନାକୁ ହଟାଇବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରୁଛି । ତୁରନ୍ତ ସେହି ଅଞ୍ଚଳରୁ ଚୀନ୍‌ ସୈନିକଙ୍କୁ ହଟାଯିବ ବୋଲି ସୂଚନା ରହିଛି । ସେପଟେ ଲଦାଖର ସ୍ଥିତି ଭାରତ ମଧ୍ୟ ଅନେକ ପଦକ୍ଷେପ ନେଇଛି ।ଏପରିକି ପାହାଡିଆ ଅଞ୍ଚଳକୁ ବିପୁଳ ପରିମାଣର ତୈଳ ସାମଗ୍ରୀ ପଠାଇଛି । ଅନକେ ଅସ୍ତ୍ରଶସ୍ତ୍ର ମଧ୍ୟ ଭାରତୀୟ ସେନା ଯୋଗାଣ କରୁଛି ।ଏପରିକି ସ୍ଥିତିକୁ ଦେଖିଲେ ଗୋଟିଏ କଥା ଜଣାପଡୁଛି ଯେ, ଚୀନ୍‌କୁ ଚୀନ୍‌ ଭାଷାରେ ଜବାବ ଦେବାକୁ ଭାରତ ଯୋଜନା ପ୍ରସ୍ତୁତ କରିସାରିଛି ।

ପୂର୍ବରୁ ମଧ୍ୟ ଏପରି ବିବାଦ ଦେଖାଦେଇସାରିଛି –

୧୯୯୯ରେ ଯେତେବେଳେ ଭାରତ-ପାକିସ୍ତାନ ମଧ୍ୟରେ କାର୍‌ଗିଲ୍‌ ଯୁଦ୍ଧ ହୋଇଥିଲା । ସେତେବେଳେ ଚୀନ୍‌ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ନିଜର ବେସ୍‌ କ୍ୟାମ୍ପ ତିଆରି କରିସାରିଥିଲା । ଏମିତିକି ଫିଙ୍ଗର-୪ରେ କଚ୍ଚା ସଡକ ନିର୍ମାଣ କରିସାରିଥିଲା ।ଏପରିକି ଏହି ଅଞ୍ଚଳରେ PLA ସୈନିକମାନେ ଜିପ୍‌ରେ ପାଟ୍ରୋଲିଂ କରିଥିଲେ । ଏହାପରେ ଭାରତ ଚାପରେ ଚୀନ୍‌ ସେହି ଅଞ୍ଚଳରୁ ହଟିଥିଲା । ଏବେ ପୁଣି ଥରେ ଚୀନ୍‌ ଏବେ ସେପରି ହରକତ କରିବା ଆରମ୍ଭ କରିଦେଇଛି । ତେବେ ଆଜିକା ଦିନରେ ଚୀନ୍‌ର ଏଭଳି ଘଟଣାକୁ ନେଇ ଭାରତ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସୀମାରେ ଅନୁପ୍ରବେଶ କରିଥିବା ଚୀନ୍‌ ସୈନିକଙ୍କ ତୁରନ୍ତ ହଟାଯିବ ।

ଆହୁରି ପଢନ୍ତୁ-

   Related Posts