Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||

ନିଖୋଜ ଚୀନ ସୈନିକଙ୍କୁ ଫେରାଇଲା ଭାରତୀୟ ସେନା, ଏଲଏସି ପାର କରି ଆସିଥିଲା ଲଦାଖ

21/10/2020 at 8:52 AM

ନୂଆଦିଲ୍ଲୀ ୨୧/୧୦: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ପାର କରି ଆସିଥିବା ଚୀନର ଜଣେ ସେନାକୁ ଭାରତ ଫେରାଇ ଦେଇଛି। ଗତକାଲି ରାତିରେ ଚୁସୁଲୁ ମୋଲଦୋ ବୈଠକ ସ୍ଥଳରେ ଚୀନ ସେନାର କର୍ପୋରଲ ଓ୍ବାଙ୍ଗ ହାଙ୍ଗକୁ ଚୀନ ସେନାଙ୍କୁ ହସ୍ତାନ୍ତର କରାଯାଇଛି।

ପୂର୍ବ ଲଦାଖରେ ସୀମା ବିବାଦକୁ ନେଇ ଉତ୍ତେଜନା ଜାରି ଥିବା ବେଳେ ଭାରତୀୟ ସେନା ଚୀନର ଜଣେ ସୈନିକଙ୍କୁ ଧରିଥିଲା। ଚୀନର ପିପୁଲ୍ସ ଲିବରେସନ ଆର୍ମି ମଧ୍ୟ କହିଥିଲା ଯେ ତାଙ୍କର ଜଣେ ସୈନ୍ୟ ରବିବାର ରାତିରେ ସୀମା ପାଖରେ ନିଖୋଜ ହୋଇଯାଇଛି।

ଚୀନ ଭାରତୀୟ ସେନାକୁ ପ୍ରୋଟୋକଲ ହିସାବରେ ସୈନିକଙ୍କୁ ଫେରାଇବା ନେଇ ନିବେଦନ କରିଥିଲା। ଭାରତୀୟ ସେନା ସୋମବାର କହିଥିଲା ପିପୁଲ୍ସ ଲିବରେସନ ଆର୍ମୀର ଜଣେ ସୈନିକଙ୍କୁ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ସୋମବାର ଦିନ ଧରିଥିଲେ। ତାଙ୍କ ଚିହ୍ନଟ ବା ପରିଚୟ କର୍ନେଲ ଭାବେ ହୋଇଥିଲା। ପଶ୍ଚିମ ଥିଏଟର କମାଣ୍ଡର ପ୍ରବକ୍ତା କର୍ନଲ ଝାଙ୍ଗ ସୁଝଲି ସୋମବାର ରାତିରେ ନିଖୋଜ ଥିବା ସୈନିକଙ୍କ ବୟାନ ଜାରି କରିଥିଲା ଓ କହିଥିଲା ଆମର ଜଣେ ଚୀନ ସୈନିକ ଅକ୍ଟୋବର ୧୮ ତାରିଖ ରାତିରେ ଥାକ ଖୋଜିବାରେ ସାହାଯ୍ୟ କରିବା ସମୟରେ ନିଖୋଜ ହୋଇଯାଇଛନ୍ତି। ଯଦିଓ ସେ ତାଙ୍କ ସୈନିକଙ୍କ ଚିହ୍ନଟ କରିପାରି ନାହାନ୍ତି। ଘଟଣାର ତୁରନ୍ତ ପରେ ହିଁ ଚୀନ ସୀମା ରକ୍ଷକ ଭାରତୀୟ ପକ୍ଷକୁ ଘଟଣା ବାବଦରେ ସୂଚନା ଦେଇଥିଲା। ଏହା ସହ ଭାରତୀୟ ସେନା ତାଙ୍କୁ ଖୋଜିବାରେ ସାହାଯ୍ୟ କରିବ ବୋଲି ଆଶାୟୀ ଥିବା କହିଥିଲା।

   Related Posts