Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଥମୁନି ଡ୍ରାଗନର ଦାଦାଗିରି : ପୂର୍ବ ଲଦାଖ ପରେ ଏବେ ଉତ୍ତରାଖଣ୍ଡରେ ଅନୁପ୍ରବେଶ କଲେ ଶତାଧିକ ଚୀନ୍ ସେନା, ଫେରିଲା ବେଳେ ଭାଙ୍ଗିଦେଲେ ପୋଲ

29/09/2021 at 11:24 AM

ନୂଆଦିଲ୍ଲୀ ୨୯।୦୯: ପୂର୍ବ ଲଦାଖରେ ଭାରତୀୟ ସେନା ଠାରୁ ଚେକ୍‌ ପରେ ବି ସୁଧୁରୁନି ଚୀନ୍‌ । ଏଥର ଉତ୍ତରାଖଣ୍ଡରେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛି । ଚୀନ୍‌ର ପାଖାପାଖି ୧୦୦ଜଣ ସୈନିକ ଭାରତୀୟ ସୀମାକୁ ଅତିକ୍ରମ କରି ଗତ ମାସରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ଅନୁପ୍ରବେଶ କରିଛନ୍ତି ।  

ଖବର ଅନୁଯାୟୀ, ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ୍‌ ସେନା ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲା । ଯାହାକୁ ଭାରତୀୟ ସେନା ତିବ୍ର ବିରୋଧର କରିଥିଲେ ଏବଂ ଏହାର ଦୃଢ ଜବାବ ମଧ୍ୟ ଦେଇଥିଲା । ଏପରିକି ୨ ଦେଶର ସୈନିକ ମୁହାଁମୁହିଁ ହୋଇଥିଲେ । ଏଥିରେ କିଛି ସୈନିକି ମଧ୍ୟ ନିହତ ହୋଇଥିଲେ । ଏହାପରେ ଚୀନ୍‌ ସେନା ପଛକୁ ହଟିଥିଲା ।

ସେହିପରି ଏବେ ୩୦ ଅଗଷ୍ଟ ମଧ୍ୟରେ ଏପରି ଏକ ଘଟଣା ଘଟିଛି । ଚୀନ୍‌ ସେନା ଭାରତୀୟ ସୀମାର ଅନୁପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ସେମାନ ଉକ୍ତ ଅଞ୍ଚଳରୁ ଫେରିଯାଇଥିଲା । ଏପିରିକି ଚୀନ୍‌ ସୈନିକମାନେ ନିଜ ସୀମାକୁ ଫେରିବା ସମୟରେ ଭାରତୀୟ ଅଞ୍ଚଳରେ ଥିବା ଏକ ପୋଲକୁ ଧ୍ୱଂସ କରିଥିବାର ସୂଚନା ମିଳିଛି । କିନ୍ତୁ ଏହା କେତେଦୂର ସତ , ତାହା ଏବେ ଯାଏଁ ସ୍ପଷ୍ଟ ଭାବେ ଜଣାପଡିନାହିଁ । ଶତାଧିକ ଚୀନ୍ ସେନା ୫୦ ରୁ ଅଧିକ ଘୋଡ଼ା ନେଇ ଭାରତୀୟ ସୀମାର ୫ କିମି ଭିତରକୁ ପ୍ରବେଶ କରିଥିଲେ ।

ଚୀନ୍‌ ସେନା ଅନୁପ୍ରବେଶ କରିଥିବା ଅଞ୍ଚଳରେ  ଆଇଟିବିପି ଯବାନ ମୃତୟନ ଅଛନ୍ତି । ଚୀନ୍‌ ସେନାର ଅନୁପ୍ରବେଶ ପରେ ଭାରତୀୟ ସୈନିକମାନେ ସେହି ଅଞ୍ଚଳ ଗସ୍ତ କରିଥିଲେ ।  ତେବେ ଚୀନ୍‌ର ଅନୁପ୍ରବେଶ ନେଇ ଭାରତୀୟ ସେନା ପକ୍ଷରୁ କୌଣସି ଆଧିକାରୀକ ବୟାନ ଆସିନାହିଁ । ତେବେ ସୀମାରେ ଏପରି ବିବାଦୀୟ ସ୍ଥିତି ଲାଗି ରହିଛି । ଉଭୟ ଦେଶର ପ୍ରାୟ ୫୦ରୁ ୬୦ ହଜାର ସେନା ଏବେ ମୁତୟନ ହୋଇଛନ୍ତି ।

   Related Posts