ଆମେରିକା ଯିବା ପାଇଁ ମୋଦୀଙ୍କୁ ଆକଶପଥରେ ବାଟ ଛାଡିବନି ପାକିସ୍ତାନ

Published By : Prameya-News7 Bureau | September 18, 2019 IST

ନୂଆଦିଲ୍ଲୀ - ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପାଇଁ ପାକିସ୍ତାନ ଏୟାରସ୍ପେଶ୍‌ରେ ଯାତ୍ରା ପାଇଁ ଅନୁମତି ଦେବ ନାହିଁ । ପାକିସ୍ତାନ ବିଦେଶମନ୍ତ୍ରୀ ଶାହ ମହମୁଦଦ କୁରେସୀ ଏହି ସୂଚନା ଦେଇଛନ୍ତି । ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏ ବିଷୟୟରେ ସୂଚନା ଦିଆଯାଇଛି ବୋଲି କୁରେସୀ ସୂଚନା ଦେଇଛନ୍ତି ।


ଭାରତ ପାକିସ୍ତାନର ଏହି ପଦକ୍ଷେପର ଜବାବ ଦେଇଛି । ପାକିସ୍ତାନ ସରକାରଙ୍କର ଏହି ନିଷ୍ପତ୍ତିକୁ ଆମେ ନିନ୍ଦା କରୁଛୁ ବୋଲି ଭାରତର ବୈଦେଶକ ମନ୍ତ୍ରାଳୟରେ ମୁଖପାତ୍ର ରବୀଶ କୁମାର କହିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1174347898785423361","type":"rich","providerNameSlug":"twitter","className":""}
https://twitter.com/ANI/status/1174347898785423361
/wp:core-embed/twitter

ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ । ସେଠାରେ ସେ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଚଳିତମାସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦେଶଗସ୍ତ ସମୟରେ ପାକିସ୍ତାନ ଏୟାରସ୍ପେଶ ବ୍ୟବହାରର ଅନୁମତି ଦେଇ ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.