Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପିଜା ଡେଲିଭରି ବୟଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଲା ପଜିଟିଭ୍, କ୍ବାରେଣ୍ଟାଇନ୍‌ରେ ୭୨ ପରିବାର

16/04/2020 at 10:54 AM

ନୂଆଦିଲ୍ଲୀ ୧୬।୪: ଦିଲ୍ଲୀରେ ପିଜା ଡେଲିଭରି ବୟଙ୍କ ଅବହେଳାରୁ ୭୨ ପରିବାର ଏବେ ବିପଦରେ ପଡିଛନ୍ତି । ଏହି ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଦକ୍ଷିଣ ଦିଲ୍ଲୀର ହାଉଜ୍ ଖାସ୍ ଏବଂ ମାଲବୀୟ ନଗରରେ ୭୨ ପରିବାରକୁ ହୋମ୍ କ୍ବାରେଣ୍ଟାଇନ୍ କରାଯାଇଛି । ସଂପୃକ୍ତ ଡେଲିଭଳି ବୟ ସଂସ୍ପର୍ଶରେ ଆସିଥିବା ୧୭ ଡେଲିଭରି ବୟଙ୍କୁ ମଧ୍ୟ କ୍ବାରେଣ୍ଟାଇନ୍ କରାଯାଇଛି ।

ଦକ୍ଷିଣ ଦିଲ୍ଲୀ ଜିଲ୍ଲାର ଡିଏମ୍ ବି.ଏନ୍. ମିଶ୍ରା କହିଛନ୍ତି ଯେ ୭୨ ଲୋକ ଡେଲିଭରି ବୟ ସଂସ୍ପର୍ଶରେ ଆସିଥିଲେ । ଏପର୍ଯ୍ୟନ୍ତ ଏହି ଲୋକମାନଙ୍କୁ ପରୀକ୍ଷା କରାଯାଇନାହିଁ । ସମସ୍ତ ୭୨ ପରିବାର ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । ଯଦି ଏହି ଲୋକଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ଯାଞ୍ଚ କରାଯିବ ।

ସୂତ୍ର ଅନୁସାରେ, ଏହି ଡେଲିଭରି ବୟ ଜଣଙ୍କଠାରେ ୨୦ ଦିନ ହେବ କରୋନାର ଲକ୍ଷଣ ଥିଲା । ୨୦ ଦିନ ମଧ୍ୟରେ ସେ ୭୨ ପରିବାରରେ ପିଜା ଡେଲିଭରି ଦେଇଛନ୍ତି । ସମସ୍ତ ୭୨ ପରିବାରକୁ ହୋମ୍ କ୍ବାରେଣ୍ଟାଇନ୍ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କହିଛନ୍ତି କରୋନା ଲକ୍ଷଣ ଥିବା ସତ୍ତ୍ବେ କମ୍ପାନୀ ଡେଲିଭରି ବୟଙ୍କୁ କାମରେ ଲଗାଇଥିଲା । ଏହା ଅତ୍ୟନ୍ତ ଦାୟିତ୍ବହୀନତାର ବିଷୟ ।

ଲକ୍ ଡାଉନ୍ ସମୟରେ ଖାଦ୍ୟ ଏବଂ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ପାଇଁ  ଅନୁମତି ପ୍ରଦାନ କରାଯାଇଛି । ହଟ୍ ସ୍ପଟ୍ ଅଞ୍ଚଳରେ ଲକ୍ ଡାଉନ୍ କଡା ରହିଛି । କାହାକୁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇନାହିଁ । ସମସ୍ତ ଜରୁରୀ ଜିନିଷଗୁଡିକର ହୋମ୍ ଡେଲିଭରି କାର୍ଯ୍ୟ କରାଯାଉଛି ।

   Related Posts