ରାଣୀ ଭଲ ନା ଦୈତାରୀ ? କଳାକାର ଏବଂ ମାଲିକଙ୍କ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି, ଶୁଣନ୍ତୁ...

Published By : Prameya-News7 Bureau | June 01, 2020 IST

ଭୁବନେଶ୍ବର୧/୬: ବର୍ତ୍ତମାନ ଯାତ୍ରାଜଗତରେ କଳାକାର ଏବଂ ମାଲିକଙ୍କ ମଧ୍ୟରେ କରୋନା ଲଗାଇଥିବା ନିଆଁ ଧୀରେ ଧୀରେ କୁହୁଳିବାରେ ଲାଗିଛି। ଯାତ୍ରା ମାଲିକମାନେ କଳାକାରମାନଙ୍କୁ ଦୋଷ ଦେଉଥିବା ବେଳେ କଳାକାରମାନେ ମଧ୍ୟ ଯାତ୍ରା ମାଲିକଙ୍କ ଉପରୁ ଆଙ୍ଗୁଳି ଉଠାଇଛନ୍ତି। କଳାକାର ଏବଂ ମାଲିକଙ୍କ ମଧ୍ୟରେ ଲାଗିଥିବା କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି। ସୋସିଆଲ ମିଡିଆ ଏବଂ ଟିଭି ଚ୍ୟାନେଲ ସବୁଆଡ଼େ ଏହି ଚର୍ଚ୍ଚା ଲାଗି ରହିଛି। ଏହି ସମୟରେ ଯାତ୍ରା କଳାକାର ପୀୟୁଷ ଏକ ରୋଚକ ତଥ୍ୟ ସାମ୍ନାରେ ରଖିଛନ୍ତି। ସେ କହିଛନ୍ତି, ଆଇଟମ୍ ଗାର୍ଲ ରାଣୀ ପଣ୍ଡା ଭଲ ନା ଯାତ୍ରା ଜଗତର ସୁନାମ ଧନ୍ୟ କଳାକାର ଦୈତାରୀ ପଣ୍ଡା ଭଲ? ଶୁଣନ୍ତୁ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପୀୟୁଷ କ'ଣ କହୁଛନ୍ତି.....

wp:html /wp:html

ପୀୟୁଷଙ୍କ ମତରେ ରାଣୀ ପଣ୍ଡା ତାଙ୍କ ସ୍ଥାନରେ ଠିକ୍ ଅଛନ୍ତି। ଏପଟେ ଦୈତାରୀ ପଣ୍ଡା ମଧ୍ୟ ତାଙ୍କ ସ୍ଥାନରେ ଠିକ୍ ଅଛନ୍ତି। ହେଲେ ଦୁଇଜଣଙ୍କ ପାର୍ଥକ୍ୟ ଯେ, ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ସହାୟତା କରିଛନ୍ତି। ରାଣୀ ପଣ୍ଡା ଦେଇଥିବା ସହାୟତା ପରୋକ୍ଷ ଭାବରେ ଲୋକଙ୍କ କାର୍ଯ୍ୟରେ ଲାଗିବ। ସେଥିପାଇଁ ରାଣୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ହେଲେ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ ସହାୟତା ଦେବା ବେଳେ ଜିଲ୍ଳାପାଳଙ୍କ ସହ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାଫଳରେ ତାଙ୍କ ସହାୟତା ଦେବା କଥା ସମସ୍ତେ ଜାଣି ପାରିଲେ।

ହେଲେ ଦୈତାରୀ ପଣ୍ଡା ପ୍ରତ୍ୟେକ୍ଷ ଭାବେ ଲୋକଙ୍କୁ ସାହାଯ୍ୟ କରିଥାଆନ୍ତି। ଅଧିକାଂଶ କଳାକାରଙ୍କୁ ଦୈତାରୀ ପଣ୍ଡା ନିଜ ପ୍ୟାକେଟ୍‌ରୁ ଟଙ୍କା ଦେଇ ସାହାଯ୍ୟ କରିଥାଆନ୍ତି। ଯେଉଁ ସ୍ଥାନକୁ ସେ ଯାତ୍ରା କରିବା ଲାଗି ଯାଆନ୍ତି, ସେଠାରେ ଥିବା ଛୋଟ ଛୋଟ କଳାକାରଙ୍କ ପାଖରେ ଦୈତାରୀ ପଣ୍ଡା ୫୦୦/୧୦୦୦ ଗୁଞ୍ଜି ଦିଅନ୍ତି। ସେହି ସମୟରେ ସେ କିନ୍ତୁ ଫଟୋ ଉଠାନ୍ତି ନାହିଁ। ସେଥିପାଇଁ ତାଙ୍କ ସହାୟତା କରିବା କଥା ନଜର ଆଡ଼ୁ ଆଳରେ ରହେ ବୋଲି ପୀୟୁଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.