Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

‘ବାପା- ବୋଉ ମୋ ସହ ୬ ମାସ କଥା ହେଲେନି’ କାହିଁକି…ପୀୟୁଷଙ୍କ ମୁହଁରୁ ଶୁଣନ୍ତୁ

5/06/2020 at 7:50 AM

ଭୁବନେଶ୍ବର୫/୬: ଯାତ୍ରାଜଗତରେ ଚକଲେଟ୍ ଖଳନାୟକ ଭାବେ ବେଶ ଜଣାଶୁଣା ହେଉଛନ୍ତି ପୀୟୁଷ।ରାତିରେ ଯାତ୍ରା ପେଣ୍ଡାଲରେ ନିଜର ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ବେଶ ଖୁସି ଅନୁଭବ କରିଥାଆନ୍ତି ପୀୟୁଷ। ମୁହଁରେ ରଙ୍ଗ ମାଖି ନିଜର ଦୁଃଖକୁ ଚାପି ଲୋକଙ୍କ ମନୋରଞ୍ଜନ କରୁଥିବା​‌ ପ୍ରତ୍ୟେକ କଳାକାରଙ୍କ ଜୀବନରେ କିଛି ନା କିଛି ଦୁଃଖ ଭରା କାହାଣୀ ରହିଛି। ପୂର୍ବ ଆଟିକିଲରେ ଆମେ ଯାତ୍ରାଜଗତର ସୁନାମଧନ୍ୟ ନାୟକ ବାପି ପଣ୍ଡା ସଂପର୍କରେ କହିଥିଲୁ। କିନ୍ତୁ ଆଜି ଚକଲେଟ୍ ଖଳନାୟକ ପୀୟୁଷ ସଂପର୍କରେ କିଛି ଅଜଣା କଥା ଆସନ୍ତୁ ଜାଣିବା।

ପୋଲିସ୍ ଚାକିରି ଛାଡ଼ି ଯାତ୍ରାରେ ଜଗତରେ ପାଦ ଥାପିଥିଲେ ପୀୟୁଷ। କଳା ପ୍ରତି ତାଙ୍କର ଆଗ୍ରହ ପୋଲିସ୍‌  ଚାକିରି ଛାଡିବାକୁ ବାଧ୍ୟ କରିଥିଲା। ପୀୟୁଷ ବାପା-ମାଆ ପୋଲିସ୍ ଚାକିରି କରିଛନ୍ତି। ପୀୟୁଷ ମଧ୍ୟ ପୋଲିସ ଚାକିରି କରିଥିଲେ। ହିରୋ ହେବା ପାଇଁ ଯାତ୍ରାଜଗତରେ ପାଦ ଥାପିଥିଲେ ପୀୟୁଷ। ହେଲେ ସମୟ ଏବଂ ପରିସ୍ଥିତି ତାଙ୍କୁ ଖଳନାୟକ ସଜାଇ ଦେଇଥିଲା। ପୀୟୁଷ କହନ୍ତି, ଯାତ୍ରାରେ ହିରୋ ହେବା ନିଶାରେ ସେ ପୋଲିସ୍ ଚାକିରି ଛାଡ଼ି ଥିଲେ। ସେଥିପାଇଁ ପୀୟୁଷଙ୍କ ବାପା- ବୋଉ ରାଗରେ ୬ ମାସ ତାଙ୍କ ସହ କଥା ହୋଇ ନଥିଲେ। ପୀୟୁଷ କଣ କହୁଛନ୍ତି ଶୁଣନ୍ତୁ….

   Related Posts