Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା : ପିୟୁଷ ଗୋୟଲଙ୍କୁ ମିଳିପାରେ ମହତ୍ୱପୂର୍ଣ ମନ୍ତ୍ରାଳୟ

24/05/2019 at 12:48 PM

ନୂଆଦିଲ୍ଲୀ ୨୪/୫ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ଲାଗିରହିଛି । ତାଙ୍କୁ ଗୁରୁବାର ଦିନ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ କରାଯାଇଛି । ଗତକାଲି ବିଜେପିର ପ୍ରଚଣ୍ଡ  ବିଜୟ ପରେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଉତ୍ସବ ପାଳନ କରାଯାଇଥିଲା । କିନ୍ତୁ ଅରୁଣ ଜେଟଲୀ ଏହି ଉତ୍ସବ ସମାରୋହରେ ସାମିଲ ପାରିନଥିଲେ । ଆସନ୍ତା ମାସରେ ଆସିବାକୁ ଥିବା ଆର୍ଥିକ ଚେତାବନୀକୁ ଦୃଷ୍ଚିରେ ରଖି ଦଳ ଚିନ୍ତାରେ ହଡିଯାଇଛି ଯେ, ଅରୁଣ ଜୋଟଲୀ କିଭଳି ଅର୍ଥ ମନ୍ତ୍ରାଳୟ ସମ୍ଭାଳିବେ ।

ଅରୁଣ ଜେଟଲୀ ପାଖାପାଖି ୩ ସପ୍ତାହ ହେଲା କାର୍ଯ୍ୟାଳୟକୁ ଯାଉନାହାନ୍ତି । ମୋଦି ସରକାରଙ୍କ ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଅଛନ୍ତି । ଚଳିତ ଜାନୁଆରୀ ୨୨ ତାରିଖରେ ଏକ ଅପରେସନ କରାଇବା ପାଇଁ ଆମେରିକା ଯାଇଥିଲେ, ଯାଉଁଥିପାଇଁ ସେ ମୋଦି ସରକାରଙ୍କ ଅନ୍ତିମ ବଜେଟ୍ ପେଶ କରିପାରିନଥିଲେ । ରେଳମନ୍ତ୍ରୀ ପିୟୁଷ ଗୋୟଲ ବଜେଟ୍ ପେଶ କରିଥିଲେ ।

ସୂଚନାଯୋଗ୍ୟ ଯେ, ସରକାରଙ୍କ ସଙ୍କଟ ସମୟରେ ସଙ୍କଟମୋଚକ ଭୂମିକା ଗ୍ରହଣ କରିଥିବା ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଏଥର ଅଧିକ ମହତ୍ୱପୂର୍ଣ ମନ୍ତ୍ରାଳୟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

   Related Posts