Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର ରେଳମନ୍ତ୍ରୀଙ୍କ ବଡ ଘୋଷଣା, ଦେଶର ୬୭ ନୂଆ ଷ୍ଟେସନରେ ଉପଲବ୍ଧ ହେଲା ହାଇସ୍ପିଡ ୱାଇ-ଫାଇ

ନୂଆଦିଲ୍ଲୀ:  କେନ୍ଦ୍ର ରେଳ,ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟଲ ବୁଧବାର ବଡ ଘୋଷଣା କରିଛନ୍ତି। ଗୋୟଲ ଟ୍ୱିଟ୍ ରେ ଏହି ଘୋଷଣା କରିଥିବା ବେଳେ ଦେଶର ଆଉ ୬୭ଟି ନୂଆ ଷ୍ଟେସନକୁ ହାଇସ୍ପିଡ ୱାଇ-ଫାଇ ନେଟୱାର୍କରେ ସଂଯୁକ୍ତ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଓଡିଶାର ନୂଆ ୩ଟି ଷ୍ଟେସନ ୱାଇ-ଫାଇ ସେବାରେ ସଂଯୁକ୍ତ ହୋଇଥିବା ଜଣାପଡିଛି । ଟ୍ୱିଟ୍ରେ ଏଣିକି ଯାତ୍ରୀ ରେଳ ଷ୍ଟେସନରୁ ଟ୍ୟାକ୍ସି ବୁକିଂ କରନ୍ତୁ କି ବନ୍ଧୁଙ୍କ ସହିତ ଚାଟିଂ ଅଥବା ଇଣ୍ଟରନେଟ୍ ବ୍ରାଉଜିଂ ଏଥିଲାଗି ସେମାନଙ୍କୁ ଶୁଳ୍କମୁକ୍ତ ସେବା ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପରେ ଦେଶର ଏପର୍ଯ୍ୟନ୍ତ ୱାଇ-ଫାଇରେ ସଂଯୁକ୍ତ ହୋଇଥିବା ରେଳ ଷ୍ଟେସନଙ୍କ ସଂଖ୍ୟା ୩ହଜାର ୧୪୩ରେ ପହଞ୍ଚିଛି।

କେନ୍ଦ୍ର ରେଳମନ୍ତ୍ରୀ ଟ୍ୱିଟ୍ ରେ ସେହିସବୁ ରେଳ ଷ୍ଟେସନମାନଙ୍କର ସୂଚୀ ଜାରି କରିଛନ୍ତି ଯେଉଁ ଗୁଡିକୁ ନିଶୁଳ୍କ ୱାଇ-ଫାଇ ଜୋନରେ ପରିବର୍ତ୍ତିତ କରାଯାଇଛି। ଏଣିକି ଏହି ସବୁ ଷ୍ଟେସନରେ ଯାତ୍ରୀ ହାଇସ୍ପିଡ ୱାଇ-ଫାଇ ସେବା ଉପଲବ୍ଧ କରିପାରିବେ। କେନ୍ଦ୍ରମନ୍ତ୍ରୀଙ୍କ ସୂଚୀ ଅନୁସାରେ ଆନ୍ଧ୍ରପ୍ରଦେଶର ମୁଲନୁର, ମୁନଗିଲପଟ୍ଟୁ, ଖୈରାତ ବାଦ୍, ନେକଲେସ୍ ରୋଡ, ତାଡକଲାପୁଡି,ଅଦରୁପଲ୍ଲୀ, କୃଷ୍ଣା ପଟ୍ଟନମ, ଥିବା ବେଳେ ଆସାମର ଛୌତରା, ଫକୀରଗ୍ରାମ ଜଙ୍କସନ୍ ରହଛି। ସେହିପରି ବିହାରର ଚୌରା, ଦାଦପୁର,ଗିଦୌର ଓ ଜିରାଜଦାଇ ଷ୍ଟେସନ ୱାଇ-ଫାଇରେ ସଂଯୁକ୍ତ ହୋଇଛି। ଛତିଶଗଡର ମୁରହୀପୁର ଓ ପରମାଲକସା,ଗୁଜରାଟର ଅଦରୀ ରୋଡ,ଚୋରୱାଡ ରୋଡ,ଗୋପ ଜାମ, ଜୁନାଗଡ, ଲାଲପୁର ଜାମ, ମହୁଲା ଓ ଶାବନୀ ଷ୍ଟେସନରେ ଫ୍ରି ୱାଇ-ଫାଇ ସେବା ଆରମ୍ଭ କରାଯାଇଛି।

ଏହାବ୍ୟତୀତ ହରିୟାଣାର ଇଁଚାପୁର, ଝରଖଣ୍ଡର ବୋଡା ଓ ବରଲଙ୍ଗା,କର୍ଣ୍ଣାଟକର ତଡୱାଲ ଓ ବିଜାପୁର, କେରଳର ପରପନ ନଗଡୀ, ମଧ୍ୟପ୍ରଦେଶର ପିଲଭିତ, ରତିଖେଡା,ଭିରଙ୍ଗୀ, ଦାଗରଖେଡୀ,  ମାସାଣ ଗାଁବ,ହରଦୁଆ,ମଝଗାଁବ ଫାଟକ,ପଟୋହନ, ଗଡାଗୁଡସ ରୋଡ ଓ ନେଖରୀ ରେଲୱେ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ହୋଇଛି। ସେହିପରି ଓଡିଶାର ସିକିର,ପଲିବା ଓ ସୁକୁ ଷ୍ଟେସନରେ ମଧ୍ୟ ୱାଇଫାଇ ସେବା ମିଳିବ।

230 Views

   ସମ୍ବନ୍ଧିତ ଖବର