Covid ଭାକ୍ସିନ IPR ଛାଡ ଲାଗି ଭାରତର ପ୍ରସ୍ତାବ ସମର୍ଥନରେ ଆସିଲେଣି ୫୭ ଦେଶ: ପିୟୁଷ ଗୋୟଲ
25/02/2021 at 5:35 PM

ନୂଆଦିଲ୍ଲୀ ୨୫।୨: କୋଭିଡ ଭାକ୍ସିନର ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ରାଇଟ (ଆଇପିଆର) ଛାଡ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ସାରା ବିଶ୍ୱରୁ ୫୭ଟି ଦେଶଙ୍କ ସମର୍ଥନ ମିଳିଲାଣି। ଗୁରୁବାର ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗମନ୍ତ୍ରୀ ପିୟୁଷ ଗୋୟଲ। ସେ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏହି ସୂଚନା ଦେଇଥିବା ବେଳେ ବିଶ୍ୱରେ ଶସ୍ତା ଓ ସୁଲଭ ସ୍ୱାସ୍ଥ୍ୟ ସେବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା ଗତବର୍ଷ ଏଥିଲାଗି ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲୁଟିଓ)ରେ ଏହି ପ୍ରସ୍ତାବ ରଖିଥିଲେ। କୋଭିଡ-୧୯ ଭାକ୍ସିନ ନିମନ୍ତେ ଆଇପିଆର ୱେଭର ଲାଗି ଭାରତର ପ୍ରସ୍ତାବରେ ବିଶ୍ୱର ୫୭ଟି ଦେଶ ସଙ୍ଗେସଙ୍ଗେ ସହମତ ହୋଇଥିଲେ। ସବୁ ସ୍ଥାନରେ ନେତା କରୋନା ଟିକାର ବୈଦ୍ଧିକ ସମ୍ପଦ ଅଧିକାରକୁ ଚାଲେଞ୍ଜ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମଗ୍ର ବିଶ୍ୱ ଲାଗି ସୁଲଭ ସ୍ୱାସ୍ଥ୍ୟ ସେବାକୁ ସମର୍ଥନ କରୁଥିବା ଗୋୟଲ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି।
ସାରା ବିଶ୍ୱର ଜୀବନ ଓ ଜୀବିକା ଏବେ ବିପଦରେ ପଡିଯାଇଛି। ଏଥିରେ ଅନ୍ତହୀନ ଚର୍ଚ୍ଚା ଲାଗି ବିଶ୍ୱ ନେତୃତ୍ୱଙ୍କ ନିକଟରେ ନା ସମୟ ଅଛି ନା ସାଧନ। ଏଥିରେ କୋଭିଡ-୧୯ ଟିକା ଉପରେ ଆଇପିଆର ଛାଡ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଜୀବନ୍ତ କରିବାକୁ ଅବସର ପ୍ରଦାନ କରିବ। ଏଣୁ ବିଶ୍ୱର ନେତାମାନେ ପ୍ରସଙ୍ଗରେ ଭାରତ ସହ ହାତ ମିଳାଇବେ ବୋଲି ଗୋୟଲ ଆଶା ବ୍ୟକ୍ତ କରିଛନ୍ତି।
ଭାରତ ଓ ଦକ୍ଷିଣ ଆଫ୍ରିକା କରିଥିବା ମିଳିତ ଦାବି ପାଶ୍ଚାତ୍ୟ ଦେଶଙ୍କ କଡା ବିରୋଧର ସମ୍ମୁଖୀନ ହୋଇଛି। ତଥାପି ଏହାକୁ ପ୍ରମୁଖ ଶକ୍ତିଙ୍କ ସମର୍ଥନ ମଧ୍ୟ ମିଳୁଛି। ଇୟୁରୋପୀୟ ୟୁନିୟନ ପାର୍ଲ୍ୟାମେଣ୍ଟର ୧୧୪ ଜଣ ସାଂସଦ(ଏମଇପି)ମାନେ ପ୍ରସଙ୍ଗରେ ସେମାନଙ୍କ ଘୋଷଣା ମଧ୍ୟ ଜାରି କରିଛନ୍ତି। କରୋନା ଭାକ୍ସିନ ଆଇପିଆର ୱେଭର ନିମନ୍ତେ ସମର୍ଥନ ଲାଗି ବ୍ଲକ୍ରେ ଆହ୍ୱାନ ମଧ୍ୟ କରିଛନ୍ତି।
ତେବେ ସମ୍ଭାବିତ ଛାଡ ଲାଗି ଡବ୍ଲୁଟିଓଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହେବ। ଏହା ଦ୍ୱାରା ସଦସ୍ୟ ଦେଶଙ୍କୁ ଆବଶ୍ୟକ ଏକତା ପ୍ରଦାନ କରିବା ସହ ଅଂଶୀଦାର ଦେଶମାନେ ସ୍ଥାନୀୟ ଉତ୍ପାଦନ ବୃଦ୍ଧିକରି ବୈଶ୍ୱିକ ମହାମାରୀ ଦମନରେ ସହାୟକ ହୋଇପାରିବେ।