Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ , ଅରୁଣ ଜେଟଲୀ ବିଭାଗ ବିହୀନ ମନ୍ତ୍ରୀ ରହିବେ

23/01/2019 at 9:30 PM

ନୂଆଦିଲ୍ଲୀ୨୩|୧:  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବା କାରଣରୁ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅର୍ଥ ବିଭାଗର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ଅରୁଣ ଜେଟଲୀ ସୁସ୍ଥ ହୋଇ ଫେରିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ ଷ। ଆସନ୍ତା ବଜେଟ ମଧ୍ୟ ପିୟୁଷ ଗୋଏଲ ହିଁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବେ । ଅରୁଣ ଜେଟଲୀ ଏବେ ବିଭାଗ ବିହୀନ ମନ୍ତ୍ରୀ ରହିବେ ।

ପିୟୁଷ ଗୋଏଲଙ୍କୁ ଦ୍ବିତୀୟ ଥର ପାଇଁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ମିଳିଛି । ଗତ ବର୍ଷ ମେ ମାସରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କିଡନୀ ଅସ୍ତୋପଚାର ପାଇଁ ଯାଇଥିବାରୁ ତାଙ୍କୁ କିଛି ସମୟ ପାଇଁ ଏହି ଦାୟିତ୍ବ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଅରୁଣ ଜେଟଲୀଙ୍କୁ ସଫ୍ଟ ଟିସୁ ସରକୋନାମା କ୍ୟାନସର ହୋଇଛି । ଏହି କ୍ୟାନ୍ସର ତାଙ୍କ ଜଙ୍ଘରେ ହୋଇଛି । ସର୍ଜରୀ ମଧ୍ୟମରେ ଏହି କ୍ୟାନସ୍ରର ଚିକିତ୍ସା ହୋଇଥାଏ ।

   Related Posts