Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପୁଣି କରୋନା ନେଲା ଜୀବନ : ଆଖିବୁଜିଲେ କ୍ରିକେଟର ପୀୟୁଷ ଚାୱଲାଙ୍କ ବାପା

10/05/2021 at 2:45 PM

ନୂଆଦିଲ୍ଲୀ ୧୦/୫ : ପରପାରିରେ କ୍ରିକେଟର ପୀୟୁଷ ଚାୱାଲଙ୍କ ବାପା ପ୍ରମୋଦ କୁମାର । କୋଭିଡରେ ପ୍ରାଣ ହରାଇଛନ୍ତି ପୀୟୁଷଙ୍କ ବାପା ପ୍ରମୋଦ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ପିୟୁଷଙ୍କ ଆଇପିଏଲ୍ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି କଠିନ ସମୟରେ ପୀୟୁଷ ଓ ତାଙ୍କ ପରିବାର ସହ ଦଳ ରହିଛି ।

ସେହିଭଳି ପୀୟୁଷ ଚାୱଲା ମଧ୍ୟ ବାପାଙ୍କ ମୃତ୍ୟୁ ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ବାପାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ପିୟୁଷ । ଗତ କିଛଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ପିୟୁଷଙ୍କ ବାପା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଥାଉକି, ଚଳିତ ଆଇପିଏଲରେ ମୁମ୍ବାଇ ଟିମରେ ସାମିଲ ହୋଇଥିଲେ ପୀୟୁଷ । ତେବେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପୂର୍ବରୁ ୭ଟି ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କୌଣସି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ପୀୟୁଷ । ଏହାପୂର୍ବରୁ ଆଇପିଏଲରେ ବିଭିନ୍ନ ଦଳ ପକ୍ଷରୁ ଖେଳି ସାରିଛନ୍ତି ପୀୟୁଷ । ତେବେ କୋଲକାତା ଟିମ ପକ୍ଷରୁ ଖେଳୁଥିବା ବେଳେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ପୀୟୁଷ । ଏପରିକି ୨୦୧୪ରେ କୋଲକାତା ଟିମ୍ ଚାମ୍ପିୟନ ହୋଇଥିବା ବେଳେ ପୀୟୁଷ ଦଳର ସଦସ୍ୟ ରହିଥିଲେ । ତେବେ ୨୦୧୯ରେ ତାଙ୍କୁ ରିଲିଜ୍ କରି ଦେଇଥିଲା କେକେଆର । ତେବେ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ ତାହା ଥିଲା ମାତ୍ର ଗୋଟିଏ ବର୍ଷ ପାଇଁ । ଚଳିତଥର ନିଲାମୀରେ ପୀୟୁଷଙ୍କୁ କିଣିଥିଲା ମୁମ୍ବାଇ ।

   Related Posts